ଫେବ୍ରୁଆରୀ ୨୧ରୁ ଓସିଏସ୍ –୨୦୨୧ ମୁଖ୍ୟ ପରୀକ୍ଷା ଆରମ୍ଭ

ଓଡ଼ିଶା ଲୋକସେବା ଆୟୋଗ, ଓପିଏସ୍‍ସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‍-ଓସିଏସ୍‍ ୨୦୨୧ର ମୁଖ୍ୟ ପରୀକ୍ଷା ଫେବୃୟାରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ ଏବଂ ଅପରାହ୍ଣ ୨ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ । ୩ଘଣ୍ଟା ଧରି ଏହି ପରୀକ୍ଷା ହେବାକୁ ଥିବାବେଳେ କେବଳ ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନଙ୍କୁ ଅଧିକ ୧ ଘଣ୍ଟା ସମୟ ମିଳିବ ବୋଲି ଓପିଏସ୍‍ସି ପକ୍ଷରୁ ସୂଚନା ଦିଆଯାଇଛି ।

ଓସିଏସ୍ ମୁଖ୍ୟ ପରୀକ୍ଷା ପ୍ରତିଦିନ ୨ଟି ସିଟିଂରେ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହେବ। ସବୁ ପରୀକ୍ଷା ୩ ଘଣ୍ଟା ଲେଖାଏଁ ହେବାକୁ ଥିବାବେଳେ କେବଳଦିବ୍ୟାଙ୍ଗ ପରୀକ୍ଷାର୍ଥୀଙ୍କୁ ଅଧିକ ଏକ ଘଣ୍ଟା ସମୟ ମିଳିବ । ତେବେ ମାର୍ଚ୍ଚ ୭ ଏବଂ ୮ ତାରିଖ ପରୀକ୍ଷା ବନ୍ଦ ରହିବ। ଖୁବ୍‌ଶୀଘ୍ର ଓପିଏସ୍‌ସି ୱେବ୍‌ସାଇଟରେ ଆଡମିଟ୍ କାର୍ଡ ଅପ୍‌ଲୋଡ ହେବ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ ଯଦି କୌଣସି ପରୀକ୍ଷାର୍ଥୀଙ୍କର ଏହି ପରୀକ୍ଷା ସମୟରେ ୟୁପିଏସ୍‌ସି ସିଭିଲ୍ ସର୍ଭିସ ସାକ୍ଷାତକାର ପରୀକ୍ଷା ରହିଥିବ ତାହେଲେ ସେମାନେ ଅନ୍ୟ ଏକ ତାରିଖରେ ଓସିଏ ମୁଖ୍ୟ ପରୀକ୍ଷା ଦେଇପାରିବେ । ଏଥି ନିମନ୍ତେ ସେମାନଙ୍କୁ ଆସନ୍ତା ୯ ତାରିଖ ସୁଦ୍ଧା ୟୁପିଏସ୍‌ସି ସାକ୍ଷାତକାରର ଚିଠିକୁ ଓପିଏସ୍‌ସି ନିକଟରେ ଦାଖଲ କରିବାକୁ ପଡ଼ିବ।

SBI AD