ଆଜି ପୁଣି ସରଗରମ ହେବ ବିଧାନସଭା

ଭୁବନେଶ୍ୱର, ୦୧/୧୨ : ଗୋଟିଏ ଦିନ ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଆଜି ଗୃହ, ଅର୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି । ବିଧାୟକ ମାନେ ଚାହିଁଲେ ଭିନ୍ନ ପ୍ରଶ୍ନ ପଚାରିପାରିବେ । ସେହିଭଳି ଶୂନ୍ୟକାଳରେ ଉଭୟ ଶାସକ ଓ ବିରୋଧୀ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଗୃହରେ ଉଠାଇବେ। ସେପଟେ ଆଜି ଗୃହରେ କଂଗ୍ରେସ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆଗତ କରାଯିବା । ଆଇନ ଶୃଙ୍ଖଳା ଏବଂ ଚାଷୀ ସମସ୍ୟାକୁ ନେଇ ଗୃହରେ ଦେଖା ଦେଇପାରେ ତାତି।