ଭୁବନେଶ୍ୱର, ୧୭/୦୩ : ତିନିଦିନର ଛୁଟି ପରେ ଆଜି ଗୃହରେ ଲାଗିବ ହଟଚମଟ। ଗୃହ କାର୍ଯ୍ୟ ଆରମ୍ଭରୁ ଦେଖା ଦେଇପାରେ ବିରୋଧୀଙ୍କ ହଙ୍ଗାମା । SCB ନିଆଁ ଏବଂ ରାଜ୍ୟସଭାରେ ଘୋଡ଼ା ବେପାର ଅଭିଯୋଗକୁ ପ୍ରସଙ୍ଗ କରି ହଲ୍ଲାପଟା କରିପାରନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ସେହିପରି ଆଜି ଗୃହରେ ବିଭିନ୍ନ ବିଭାଗର ରହିଛି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନକାଳ । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ, ସରକାରୀ ଉଦ୍ୟୋଗ ଏବଂ ଶ୍ରମ ଓ କର୍ମଚାରୀ ବିଭାଗର ରହିଛି ପ୍ରଶ୍ନକାଳ । ଶୂନ୍ୟକାଳ ଓ ଅନ୍ୟାନ୍ୟ ସମୟରେ ରାଜ୍ୟସ୍ବାର୍ଥ ସମ୍ବଳିତ ପ୍ରସଙ୍ଗରେ ବିଜେପିକୁ ଅଡ଼ୁଆରେ ପକାଇ ପାରନ୍ତି ବିରୋଧୀ । ସେପଟେ ଅପରାହ୍ନରେ ଇସ୍ପାତ ଓ ଖଣି ପରିବହନ ବିଭାଗର ରହିଛି ଖର୍ଚ୍ଚ ଦାବି ଆଲୋଚନା।