କଟକରେ ଓଡ଼ିଶା ବନ୍ଦ ପ୍ରଭାବ : ଟାୟାର ଜାଳି କଂଗ୍ରେସକର୍ମୀଙ୍କ ପ୍ରତିବାଦ

ଭୁବନେଶ୍ୱର, ୧୭/୦୭ : ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା। କଟକରେ ଓଡ଼ିଶା ବନ୍ଦ ପ୍ରଭାବ । ଗଡ଼ୁନି ବସ୍, ବନ୍ଦ ରହିଛି ଦୋକାନ ବଜାର, ପେଟ୍ରୋଲ ପମ୍ପ, ସ୍କୁଲ,କଲେଜ। ବିଭିନ୍ନ ଛକରେ କଂଗ୍ରେସ କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରିବା ସହ ଟାୟାର ଜାଳି ପ୍ରତିବାଦ କରୁଛନ୍ତି। ସୌମ୍ୟାଶ୍ରୀଙ୍କ ନ୍ୟାୟ ଦାବି ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିରେ କଟକ ନଗର କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ସମେତ ସିପିଆଇ, ସିପିଏମ୍‌ ଆଦି ଦଳ ସାମିଲ୍‌ ହୋଇଛନ୍ତି । କଟକ ବନ୍ଦ ଡାକରାରେ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହରରେ ୧୨ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବାଦାମବାଡ଼ି ବସ୍‌ଷ୍ଟାଣ୍ଡ, ଏସ୍‌ସିବି ମେଡିକାଲ, ସିଟି ହସ୍ପିଟାଲ, ଶିଶୁ ଭବନ, ହାଇକୋର୍ଟ ଓ ଅନ୍ୟ କୋର୍ଟ ସମେତ ଏସ୍‌ଟିଏ, ଆର୍‌ଡିସିଙ୍କ କାର୍ଯ୍ୟାଳୟ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଫିସ୍‌ ନିକଟରେ ଅଧିକ ଫୋର୍ସ ମୁତୟନ କରାଯାଇଛି । ସେହିପରି ମୋବାଇଲ୍‌ ପାଟ୍ରୋଲିଂ ଟିମ୍‌ ସହ ପିସିଆର୍‌ ଆଦି କଡ଼ାକଡ଼ି ପାଟ୍ରୋଲିଂ ବ୍ୟବସ୍ଥା ରଖାଯାଇଛି । ଥାନା ଅଧିକାରୀମାନେ ନିଜ ନିଜ ଅଞ୍ଚଳରେ ବନ୍ଦ ପାଳନ ଉପରେ କଡ଼ା ନଜର ରଖିବାକୁ ଡିସିପି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

SBI AD