ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ପଜିଟିଭ

ଭୁବନେଶ୍ୱର, ୧୪/୯ : ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।

ଏ ସଂପର୍କରେ ଟ୍ୱିଟ୍ କରି ସମୀର ମହାନ୍ତି କହିଛନ୍ତି, କରୋନାର ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି। ରିପୋର୍ଟ ପଜିଟିଭ ଆସିଛି । ମୁଁ ସୁସ୍ଥ ଅଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। କିଛି ଦିନ ଭିତରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ ସମୀର ଅନୁରୋଧ କରିଛନ୍ତି।