୨ ଲକ୍ଷ କୋଟିର ରାଜ୍ୟ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ: ଜାଣନ୍ତୁ କେଉଁ ବିଭାଗକୁ କେତେ ? 

ଗୃହରେ ୨ ଲକ୍ଷ କୋଟିର ରାଜ୍ୟ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ: ଜାଣନ୍ତୁ କେଉଁ ବିଭାଗକୁ କେତେ ?
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୨ଲକ୍ଷ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ବଜେଟ ଉପସ୍ଥାପନ ହୋଇଛି । ମନ୍ତ୍ରୀ କହିଛନ୍ତି ଯେ, ୨୨ ବର୍ଷ ମଧ୍ୟରେ ୧୭ ଗୁଣା ବୃଦ୍ଧି ପାଇଛି ବଜେଟର ଆକାର । କାର୍ଯ୍ୟକ୍ରମ ବ୍ୟୟବରାଦ ପାଇଁ ୧ ଲକ୍ଷ କୋଟିର ବଜେଟ ବ୍ୟୟ ବରାଦ ହୋଇଛି, ଯାହା ମୋଟ ବଜେଟର ୫୦ ପ୍ରତିଶତ । ରାଜ୍ୟ ବଜେଟ୍‌ରେ କୃଷି ଗବେଷଣାର ବିକାଶ ପାଇଁ ୧୬୧ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଏହା ସହ ମହିଳା ସଶକ୍ତିକରଣ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି । ମହିଳାମାନେ ଏବେ ନିଷ୍ପତ୍ତି ନେବାରେ ସକ୍ଷମ ହେଲେଣି । ନୂତନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ଗଠନ ଲକ୍ଷ୍ୟ ସହିତ ରାଜ୍ୟରେ ମୁଦ୍ରାସ୍ପୀତି ୮ରୁ ୮.୫ ରଖିବା ଲକ୍ଷ୍ୟ ରଖାଯାଇଛି ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଡିଜିଟାଲ ବଜେଟ୍ ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।ପେନଡ୍ରାଇଭରେ ରହିଛି ୨ ଲକ୍ଷ କୋଟି ଟଙ୍କାର ବଜେଟର ବିସ୍ତୃତ ତଥ୍ୟ ।

ବଜେଟରେ କେଉଁ ବିଭାଗକୁ କେତେ ?

-ଯୋଜନା ଓ ସଂଯୋଜନା ପାଇଁ ୩ ହଜାର ୩୫ କୋଟି

-ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ଟଙ୍କା

– ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ପାଇଁ ୧୦୦ କୋଟି

-ସମଗ୍ର ଶିକ୍ଷାପାଇଁ ୩ ହଜାର ୫୮୧ କୋଟି

– କେବଳ ମଧ୍ୟାହ୍ନଭୋଜନ ପାଇଁ ୮୫୧ କୋଟି

-ବିପର୍ଯ୍ୟୟ ପରିଚାଳନା ପାଇଁ ୩ ହଜାର ୬୧ କୋଟି

-ସଡ଼କ, ରେଳ, ବନ୍ଦର ଓ ସଂଯୋଗୀକରଣ ପାଇଁ ୧୪, ୪୫୪ କୋଟି

-ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ୨,୯୭୦ କୋଟି

-ପୂର୍ତ୍ତ ବିଭାଗ ପାଇଁ ୮, ୩୮୩ କୋଟି

-ସଡ଼କ ବିକାଶ କାର୍ଯ୍ୟକ୍ରମରେ ୨, ୫୪୫ କୋଟି

-ସଡ଼କ ଓ ସେତୁ ନିର୍ମାଣ ଓ ଉନ୍ନତିକରଣ ପାଇଁ ୭୦୦ କୋଟି

-ବିଜୁ ଏକ୍ସପ୍ରେସ ୱେ ପାଇଁ ୩୦୦ କୋଟି

-ବିଜୁ ସେତୁ ଯୋଜନା ପାଇଁ ୧, ୬୮୮ କୋଟି

 

-SDRF ପାଇଁ ୨,୨୪୬ ଓ NDRF ପାଇଁ ଖର୍ଚ୍ଚ ହେବ ୯୬୪ କୋଟି

-OUTR ଭିତ୍ତିଭୂମୀର ବିକାଶ ପାଇଁ ଦେଢ଼ ହଜାର କୋଟିର ବ୍ୟବରାଦ

-ଧାର୍ମିକ କ୍ଷେତ୍ରରେ ବିକାଶ ପାଇଁ ୧, ୯୫୦ କୋଟି

-ଅବଢ଼ା ଯୋଜନା ପାଇଁ ୧, ୩୨୫ କୋଟି

-ଏକାମ୍ର ଓ ସମଲେଇ ପାଇଁ ୨୦୦ କୋଟି ଲେଖାଏଁ ବ୍ୟବରାଦ ।

 

ଏବର୍ଷ କୃଷି ବଜେଟ ପାଇଁ ୨୧ହଜାର ୧୬୬ କୋଟି ବ୍ୟୟ ବରାଦ ହୋଇଛି ।

-ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମରେ ୩୧୨ କୋଟି ବ୍ୟୟ ବରାଦ

-ଚଳିତ ବର୍ଷ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ

-ବନ୍ୟା ନିଯନ୍ତ୍ରଣ ଓ ଜଳ ନିଷ୍କାସନ ପାଇଁ ୯୬୮ କୋଟି ବ୍ୟୟ ବରାଦ

-ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ ପାଇଁ ୨,୩୨୫ କୋଟି

 

କୁକୁଡ଼ା ଚାଷ ବିକାଶ ପାଇଁ ୧୦୨ କୋଟି

-ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୨,୧୫୬ କୋଟି ବ୍ୟୟ ବରାଦ

-ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭, ୩୨୪ କୋଟି

-ମୋ ସ୍କୁଲ ଅଭିଯାନ ପାଇଁ ୬୪୬ କୋଟି ବ୍ୟୟ ବରାଦ

-ଜନସ୍ବାସ୍ଥ୍ୟ ସେବା ପାଇଁ ୧୨, ୬୨୪ କୋଟି ବ୍ୟୟ ବରାଦ

-ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨,୬୬୪ କୋଟି ବ୍ୟୟ ବରାଦ

 

ପୂର୍ଣ୍ଣାଙ୍ଗ ବଜେଟରେ ଶିକ୍ଷାକୁ କେତେ ?

-ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ ପାଇଁ ୧୬୫ କୋଟି

-ଲ୍ୟାପଟପ୍‌, ବୃତ୍ତି ଓ ତାଲିମ ପାଇଁ ୪୬ କୋଟି

-ପର୍ଯ୍ୟଟନ ଭିତ୍ତିଭୂମି ବିକାଶ ଓ ପରିଚାଳନା ପାଇଁ ୩୭୫ କୋଟି

-ପର୍ଯ୍ୟଟନର ପ୍ରସାର ପାଇଁ ୧୭୦ କୋଟିର ବ୍ୟୟ ବରାଦ

-ନିର୍ମାଣାଧୀନ କ୍ରୀଡ଼ା ପ୍ରକଳ୍ପ ସଂପୂର୍ଣ୍ଣ ପାଇଁ ୧୫ ଶହ କୋଟି