ଭୁବନେଶ୍ୱର, ୧୩/୧୦ : ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ ପ୍ରକାଶ ପାଇଛି । ଚଳିତବର୍ଷ କିଟ୍ ବିଶ୍ୱବିଦ୍ୟାଳୟ ଏହି ରାଙ୍କିଙ୍ଗରେ ବିଶ୍ୱ ତଥା ସର୍ବଭାରତୀୟସ୍ତରରେ ତାର ସ୍ଥାନରେ ଉନ୍ନତି ଆଣିଛି। ଗୁରୁବାର ଟାଇମ୍ସ ହାଇଅର ଏଜୁକେସନ୍ ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗ- ୨୦୨୬ ପ୍ରକାଶିତ ହୋଇଛି । ବିଶ୍ୱର ୨୧୯୧ ବିଶ୍ୱବିଦ୍ୟାଳୟ ମଧ୍ୟରେ କିଟ୍ ୫୦୧ କୋହର୍ଟ ମଧ୍ୟ ରହିଛି। ସେହିପରି କିଟ୍ ବିଶ୍ୱବିଦ୍ୟାଳୟ ଦେଶର ୧୨୮ଟି ଅନୁଷ୍ଠାନ ମଧ୍ୟରେ ଶ୍ରେଷ୍ଠ ପଞ୍ଚମ ବିଶ୍ୱବିଦ୍ୟାଳୟ ହୋଇଥିବା ବେଳେ ଓଡ଼ିଶାରେ ପ୍ରଥମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି। ଭାରତରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସେସ୍ (ଆଇଆଇଏସ୍) ଏହି ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ରହିଥିବା ବେଳେ କିଟ୍ ପଞ୍ଚମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି କିଟ୍ । ଓଡ଼ିଶା ସଚେତନ ନାଗରିକ ଫୋରମ ଓ ସଂସ୍କୃତି ପକ୍ଷରୁ କିଟ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନିତ କରାଯାଇଛି। ଏହି ଅବସରରେ ସଚେତନ ନାଗିରକ ଫୋରମର ସଭାପତି ପ୍ରଦୋଷ ପଟ୍ଟନାୟକ, ସମ୍ପାଦକ ଦିଲ୍ଲୀପ ହାଲି, ଶିକ୍ଷାବିତ ଅଶୋକ ପାଣ୍ଡେ, ଆଡଭୋକେଟ ମନୋରଞ୍ଜନ ପ୍ରଧାନ, ଅନୀଲ ପରିଡ଼ା, ଡ. ତନ୍ମୟ ସ୍ବାଇଁ, ସମାଜସେବୀ ରବି ବେହେରା ପ୍ରମୁଖ ସ୍ବତନ୍ତ୍ର ଭାବେ ଡ. ଅଚ୍ୟୁତ ସାମନ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
