ରାଜ୍ୟରେ ଆଜି ୧୨, ୮୫୨ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୩ /୫: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨,୮୫୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭,୧୯୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫,୬୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୮୭୪ ଜଣ, ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୪୬୧ ଜଣ, ଭଦ୍ରକରୁ ୧୫୧ ଜଣ, ବଲାଙ୍ଗୀରରୁ ୨୭୪ ଜଣ, ବୌଦ୍ଧରୁ ୩୪୭ ଜଣ, କଟକରୁ ୧୦୭୩ ଜଣ, ଦେବଗଡରୁ ୧୦୫ ଜଣ, ଢେଙ୍କାନାଳରୁ ୪୮୨ ଜଣ, ଗଜପତିରୁ ୭୭ ଜଣ, ଗଞ୍ଜାମରୁ ୩୪୦ ଜଣ, ଜଗତସିଂହପୁରରୁ ୩୦୦ ଜଣ, ଯାଜପୁରରୁ ୩୩୭ ଜଣ, ଝାରସୁଗୁଡାରୁ ୩୯୯ ଜଣ, କଳାହାଣ୍ଡିରୁ ୬୬୮ ଜଣ, କନ୍ଧମାଳରୁ ୧୦୪ ଜଣ, କେନ୍ଦ୍ରାପଡାରୁ ୨୮୫ ଜଣ, କେଉଁଝରରୁ ୧୮୦ ଜଣ, ଖୋର୍ଦ୍ଧାରୁ ୧୯୦୯ ଜଣ, କୋରାପୁଟରୁ ୨୭୨ ଜଣ, ମାଲକାନଗିରିରୁ ୧୧୪ ଜଣ, ମୟୁରଭଞ୍ଜରୁ ୫୮୬ ଜଣ, ନବରଙ୍ଗପୁରରୁ ୩୪୪ ଜଣ, ନୟାଗଡ଼ରୁ ୩୩୧ ଜଣ, ନୂଆପଡ଼ାରୁ ୭୦ ଜଣ, ପୁରୀରୁ ୪୭୨ ଜଣ, ରାୟଗଡାରୁ ୧୯୮ ଜଣ, ସମ୍ୱଲପୁରରୁ ୩୫୫ ଜଣ, ସୋନପୁରରୁ ୫୫ ଜଣ, ସୁନ୍ଦରଗଡାରୁ ୮୪୮ ଜଣ, ଷ୍ଟେଟ ପୁଲରୁ ୩୩୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ୧ କୋଟି ୧୩ ଲକ୍ଷ ୮ ହଜାର ୫୬୪ ଟେଷ୍ଟିଙ୍ଗ ହୋଇଥିବାବେଳେ ୬,୯୧,୩୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ୫,୭୭,୯୮୩ ଜଣ ସୁସ୍ଥ ହୋଇଛନ୍ତି ।