DG ପାହ୍ୟାକୁ ପଦୋନ୍ନତି ପାଇଲେ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା

ଭୁବନେଶ୍ୱର, ୧୦/୦୮ : ରାଜ୍ୟ ସରକାର ଦୁଇ ବରିଷ୍ଠ IPS ଅଧିକାରୀଙ୍କୁ DG ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି। ADG ପାହ୍ୟାରୁ DG ପାହ୍ୟାକୁ ପଦୋନ୍ନତି ପାଇଥିବା ଦୁଇ ଅଧିକାରୀ ହେଲେ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱା। ଏହି ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହା ପରେ ଉଭୟ ଅଧିକାରୀ DG ପାହ୍ୟାରେ ପଦୋନ୍ନତି ପାଇଛନ୍ତି। ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ବା ଡିଜିପି କିଏ ହେବେ, ତାକୁ ନେଇ ଚର୍ଚ୍ଚା ଚାଲିଛି। ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବ। ତେଣୁ ତାଙ୍କ ସ୍ଥାନରେ କାହାକୁ ନୂଆ ଡିଜିପି ଭାବେ ଦାୟିତ୍ୱ ଦିଆଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱାଙ୍କୁ DG ପାହ୍ୟାକୁ ପଦୋନ୍ନତି ମିଳିବା ପରେ ନୂଆ ଡିଜିପି ଦୌଡ଼କୁ ନେଇ ଚର୍ଚ୍ଚା ଆହୁରି ରୋଚକ ହୋଇଛି।