ଭୁବନେଶ୍ବର,୨୪/୩: ଏଣିକି ରାଜଧାନୀରେ ମାସ୍କ ନ ପିନ୍ଧିଲେ କଡାକଡି ହେବ ଫାଇନ୍ ଆଦାୟ । ସାମାଜିକ ଦୂରତା ରକ୍ଷା କରିବାକୁ କମିଶନରେଟ୍ ପୋଲିସ ପରାମର୍ଶ ଦେଇଛି । ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
ଆଜିଠାରୁ ଜୋରଦାର ହେବ ଚଢ଼ାଉ। ତ୍ବରାନ୍ବିତ ହେଲା ସଚେତନତା କାର୍ଯ୍ୟକ୍ରମ। ଉଭୟ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଦିଆଯିବ ଗୁରୁତ୍ବ। ଅପରାହ୍ନରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀଙ୍କ ଦ୍ବାରା ହେବ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ସ୍ଥିତି ଅନୁଧ୍ୟାନ। ଏନଫୋର୍ସମେଣ୍ଟ ପାଇଁ ବିଏମସିକୁ ମିଳିଛି ଅଧିକ ଫୋର୍ସ । ବିଏମସିର ୩ଟି ଜୋନରେ ୬ରୁ ଅଧିକ ସ୍କ୍ବାଡ୍ ଚଢ଼ାଉରେ ସାମିଲ ହେବେ।