ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀର ହେବ ଆଉ ଏକ ବାଟାଲିୟନ : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର, ୨୦/୦୪ : ରାଜ୍ୟରେ ଓଡ଼ିଶା ଶିଳ୍ପ ସୁରକ୍ଷା ବାହିନୀ(ଓଆଇଏସଏଫ)ର ଆଉ ଏକ ବାଟାଲିୟନ ହେବ । ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଞ୍ଜୁରୀ ଦେଇଛନ୍ତି। ନୂଆ ଓଆଇଏସଏଫ ବାଟାଲିୟନ ପାଇଁ ମୋଟ ୧୦୪୦ଟି ପଦବୀ ସୃଷ୍ଟି କରାଯାଇଛି। ବର୍ତ୍ତମାନ ରାଜ୍ୟରେ ଓଆଇଏସଏଫର ଗୋଟିଏ ବାଟାଲିୟନ ରହିଛି। ଆଗକୁ ଅନେକ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ରାଜ୍ୟରେ ପ୍ରତିଷ୍ଠା ହେବ। ଏହାସହିତ ଅନେକ ଶିଳ୍ପ ସଂସ୍ଥା ମଧ୍ୟ ଓଡ଼ିଶାକୁ ଆସିବ ଏବଂ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ। ଏହାସହିତ ବହୁ ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ଶିଳ୍ପ ସଂସ୍ଥାଗୁଡ଼ିକୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନୂଆ ଏକ ଓଆଇଏସଏଫର ବାଟାଲିୟନ ଖୋଲିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.