ଡିସେମ୍ବର ୨୫ରୁ ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ

ଭୁବନେଶ୍ୱର, ୨୨/୧୨ : ଆସନ୍ତା ୨୫ ତାରିଖରୁ ରାଜ୍ୟରେ ଶୀତର ପ୍ରକୋପ ଵୃଦ୍ଧି ପାଇବ । ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ଵୃଦ୍ଧି ଯୋଗୁ ବଢିପାରେ ଶୀତ । ପଶ୍ଚିମା ଝଡ଼ ପ୍ରସ୍ଥାନ ପ୍ରଭାବରେ ରାତ୍ରି ତାପମାତ୍ରା କମିବା ଆଶଙ୍କା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା । ପାରଦ ତଳମୁହାଁ ହେବା ସହ ପ୍ରବଳ ଶୀତକୁ ଜାଡ କଲବଲ କରୁଛି। ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢ଼ିବାରେ ଲାଗୁଛି। ରାତି ଯେତେ ବଢୁଛି, ଜାଡ଼ ସେତେ ଅଧିକ ହେଉଛି । ଜି. ଉଦୟଗିରି ସହରର ତାପମାତ୍ରା ୪ରୁ ୫ଡିଗ୍ରି ରହୁଥିବା ବେଳେ ଦାରିଙ୍ଗବାଡି, ଫୁଲବାଣୀ, ବାଲିଗୁଡ଼ା, ବେଲଘର୍ ସମେତ ଜିଲ୍ଲା ତମାମ ୬ରୁ ୮ ଡିଗ୍ରୀ ମଧ୍ୟ ରେ ତାପମାତ୍ରା ରହୁଥିବା ରେକର୍ଡ କରାଯାଇଛି । ଫୁଲବାଣୀରେ ଘନ କୁହୁଡ଼ି ପଡ଼ିଥିବା ବେଳେ ସେଠାରେ ଦୃଶ୍ୟମାନ ଦୂରତା ୧୦୦ ମିଟର ରହିଥିଲା। ସେହିଭଳି ବଲାଙ୍ଗୀ‌ରରେ ୩୦୦ ମିଟର ଦୃଶ୍ୟମାନ ଦୂରତା ଥିଲା। ଭବାନୀପାଟଣା ଓ ପାରଳାଖେମୁଣ୍ଡିରେ ହାଲୁକା କୁହୁଡ଼ି ପଡ଼ିଥିଲା।

Madhukunj