ଶୀତରେ ଥରୁଛି ସାରା ଓଡ଼ିଶା, ୫ ଦିନ ଯାଏଁ ଘନ କୁହୁଡ଼ି ନେଇ ପୂର୍ବାନୁମାନ

ଭୁବନେଶ୍ୱର, ୦୨/୦୧ : ସାରା ରାଜ୍ୟରେ କଲବଲ କରୁଛି ଘନ କୁହୁଡ଼ି । ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଛି । ଦିନ ୧୨ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେଉନାହିଁ ରାସ୍ତାଘାଟ । ବିଶେଷକରି ଭୁବନେଶ୍ବରରେ ଘନକୁହୁଡ଼ିର ପ୍ରବଳ ପ୍ରଭାବ ଦେଖିବାକୁ ମିଳିଛି । ଆଜି ମଧ୍ୟ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ବିଶେଷ କରି ଜଗତସିଂହପୁରରେ ଅତି ଘନ କୁହୁଡ଼ିର ସମ୍ଭାବନାକୁ ନେଇ ‌ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ପୁରୀ, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କଟକ, ନୟାଗଡ଼, ଖୋର୍ଦ୍ଧା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଆଶଙ୍କା ୫ ତାରିଖ ପର୍ଯ୍ୟନ୍ତ ଏହିଭଳି ଘନ କୁହୁଡ଼ି ପଡ଼ିବାର ଆଶଙ୍କା ରହିଛି । ଏଣୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସହର ପାଇଁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେପଟେ ଆସନ୍ତା ୩ ଦିନରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଏହାପରେ ପୁରୀ ରାଜ୍ୟ ପାରଦ ସ୍ତର ୨ରୁ ୪ ଡିଗ୍ରି ଯାଏ ହ୍ରାସ ପାଇବ । ଫଳରେ ଆଗକୁ ବି ଶୀତ ଜାରି ରହିବ ବୋଲି ଆକଳନ କରାଯାଉଛି ।