ଆସନ୍ତା ୨୮ରେ ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୨୬/୦୧ : ସାଧାରଣ ଲୋକଙ୍କ ୩ ଦଫା (ପ୍ରଦୂଷଣ, ଧାନମଣ୍ଡି ଅବ୍ୟବସ୍ଥା, ଟାଟା ପାଓ୍ବାର ଯନ୍ତ୍ରଣା) ଦାବୀକୁ ନେଇ ଆଗାମୀ ୨୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବନିର୍ମାଣ ଯୁବଛାତ୍ର ସଂଗଠନ । ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀଙ୍କ ନେତୃତ୍ବରେ ଭୁବନେଶ୍ବର ସହରର ବିଭିନ୍ନ ସ୍ଥାନରେ କାର ଶୋଭାଯାତ୍ରା ଓ ପ୍ରଚାର କରାଯାଇଥିଲା । ପ୍ରଚାର ମାଧ୍ୟମରେ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏହି ଓଡ଼ିଶା ବନ୍ଦକୁ ସମସ୍ତେ ସମର୍ଥନ ଜଣାଇବା ସହ ଦୋକାନ ବଜାର ଓ ଯାନବାହନ ଚଳାଚଳ ବନ୍ଦ ରଖିବା ପାଇଁ ଶ୍ରୀ ଅଲ୍ଲୀ ନିବେଦନ କରିଥିଲେ । ଅନ୍ୟ ପକ୍ଷରେ ଏହି ବନ୍ଦ ଡାକରାକୁ ସି ପି ଆଇ(ଏମ୍) ସମର୍ଥନ ଜଣାଇଛି ।