ଆଜିଠୁ ଓଡ଼ିଶା ସ୍କିଲ୍‌‌ କନକ୍ଲେଭ୍‌‌ : ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ୨୦/୦୪ : ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’କୁ ଉଦଘାଟନ କରିବେ । ୨୦ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ବିଶ୍ୱ ବଜାରରେ ‘ସ୍କିଲ୍‌‌-ଇନ୍‌‌-ଓଡ଼ିଶା’ର ବ୍ରାଣ୍ଡ୍‌‌କୁ ପ୍ରୋତ୍ସାହିତ କରିବା ଦକ୍ଷ ମାନବ ସମ୍ବଳ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି କନ୍‌‌କ୍ଲେଭର ପ୍ରମୁଖ ଉଦ୍ଦେଶ୍ୟ ରହିଛି। ବିଭିନ୍ନ ପର୍ଯ୍ୟାୟର ଆଲୋଚନା ଓ ପ୍ରଦର୍ଶନୀରେ ଓଡ଼ିଶାର ଉତ୍କର୍ଷ ଦକ୍ଷତା ସମ୍ପର୍କରେ ସମୀକ୍ଷା କରାଯିବ।

ପଲିଟେକ୍‌‌ନିକ୍‌‌ ଓ ବୈଷଯିକ ଶିକ୍ଷାପ୍ରାପ୍ତ ଶିକ୍ଷାର୍ଥୀ, ଶିଳ୍ପପତି, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ସହ ସିଙ୍ଗାପୁର ‘ଆଇଟିଇଇଏସ’ର ଯୁବ ଟାଲେଣ୍ଟ୍‌‌ଙ୍କ ସହ ଜ୍ଞାନକୌଶଳର ଆଦାନପ୍ରଦାନ ହେବା ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପଲିଟେକ୍‌‌ନିକ୍‌‌, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜ୍‌‌ର ପ୍ରାୟ ୨ହଜାର ଛାତ୍ରଛାତ୍ରୀ ଓ ବିଭିନ୍ନ ଷ୍ଟାର୍ଟଅପ୍‌‌ ମଧ୍ୟ ଭାଗ ନେବ । ସେହିପରି ଏହି ଉତ୍ସବରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର ମହିଳାମାନେ ମଧ୍ୟ ଅଂଶ ଗ୍ରହଣ କରିବେ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍‌‌ରେ ସମସ୍ତ ପ୍ରକାରର ବନ୍ଦୋବସ୍ତ ହୋଇଛି। ସ୍କିଲ୍‌‌ କନ୍‌‌କ୍ଲେଭରେ ସିଙ୍ଗାପୁରରୁ ୨୫ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ ମଧ୍ୟ ଯୋଗ ଦେବେ। ସ୍କିଲ୍ଡ-ଇନ୍‌‌-ଓଡ଼ିଶାର ବାସ୍ତବ ରୂପକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏହାର ଉଦ୍ଦେଶ୍ୟ।

ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ସକାଳ ୬ଟାରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଆୟୋଜନ କରାଯିବ । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ ।

SBI AD