ଏଥର ପ୍ରବଳ ଶୀତରେ ଥରିବ ସାରା ଓଡ଼ିଶା

ଭୁବନେଶ୍ୱର, ୧୫/୧୦ : ଭାରତରେ ଏ ବର୍ଷ ସାଙ୍ଘାତିକ ଥରାଇବ ଜାଡ଼ । ୧୧୦ ବର୍ଷ ଭିତରେ ଏହା ତୃତୀୟ ସର୍ବାଧିକ ଥଣ୍ଡା ପାଗ ସାବ୍ୟସ୍ତ ହେବ । ପାଣିପାଗ ବୈଜ୍ଞାନିକମାନେ ଏହି ଅନୁମାନ ଲଗାଇଛନ୍ତି । ସେମାନଙ୍କ ଯୁକ୍ତି ଯେ ଏବେଠାରୁ ଉପରିସ୍ଥ ହିମାଳୟର ୮୫% ଅଂଶ ବରଫାବୃତ ହୋଇଗଲାଣି । ଏଭଳି ଘଟଣା ଅନ୍ତତଃ ଦୁଇମାସ ପରେ ଘଟିବା କଥା । କିନ୍ତୁ ‘ଲା ନୀନା’ ପ୍ରଭାବ ଯୋଗୁ ଏଥର ଦୁଇମାସ ଆଗରୁ ଏହା ଘଟୁଛି । ହିମାଳୟ ଏଭଳି ଅସ୍ୱାଭାବିକ ଭାବେ ଥଣ୍ଡା ହେବା ଯୋଗୁ ପ୍ରଭାବ ସାରା ଦେଶ ଉପରେ ପଡ଼ିବ ପାଶ୍ଚାତ୍ୟରେ ଦେଖାଦେଇଥିବା ଅସ୍ୱାଭାବିକ ଜଳବାୟୁ ସ୍ଥିତି ଯୋଗୁ ହିଁ ଏହି ସମସ୍ୟା ଉପୁଜିଛି । ଏହି କାରଣରୁ ହିମାଳୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । ଫଳରେ ବରଫ ଆଉ ତରଳୁ ନାହିଁ । ତେବେ ଏହା ଏକ ଭଲ ସଙ୍କେତ ବୋଲି କୁହାଯାଉଛି । ଭାରତରେ ଅଧିକ ବର୍ଷା ଓ ଥଣ୍ଡା ଅନୁଭୂତ ହୁଏ । ଏ ବର୍ଷ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି । ଏଣିକି ଅଧିକ ଥଣ୍ଡା ଅନୁଭୂତ ହେବ । ଉପରିସ୍ଥ ହିମାଳୟ ଅର୍ଥାତ ୪ ହଜାର ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ହାରାହାରି ତାପମାତ୍ରା ବିଯୁକ୍ତ ୧୫ ଡିଗ୍ରୀ କିମ୍ବା ତାହାଠାରୁ କମ୍‌ ରହିଥାଏ । ଲା ନୀନା କାରଣରୁ ଉତ୍ତର, ମଧ୍ୟ ଓ ପୂର୍ବ ଭାଗରେ ହାରାହାରି ତାପମାତ୍ରା ୩-୪ ଡିଗ୍ରୀ ସେଲ୍‌ସିୟସ୍‌ ପର୍ଯ୍ୟନ୍ତ ଆହୁରି ଖସିପାରେ ।

SBI_Festive_Digital Billboard