କାଲି ଇଦ୍‌

ଭୁବନେଶ୍ୱର: ମୁସଲମାନ ସମ୍ପ୍ରଦାୟଙ୍କ ପାଇଁ ଇଦ୍‌ ହେଉଛି ଏକ ବଡ଼ ପର୍ବ । ଏହାର ମାସକ ପୂର୍ବରୁ ସମସ୍ତ ମୁସଲମାନ ଭାଇଭଉଣୀମାନେ ଉର୍ଦ୍ଦୁ କ୍ୟାଲେଣ୍ଡର ଅନୁସାରେ ମାସକ ଯାକ ଉପବାସ କରିଥାନ୍ତି । ଏହି ଅନୁସାରେ ଆଜି ଶେଷ ରୋଜା । ଦିନସାରା ଉପବାସ ପରେ ସଂଧ୍ୟାରେ ଇଫ୍‌ତାରି କରିବେ । ପରେ ଚାନ୍ଦ ଦେଖି ଆଲ୍ଲାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ।

ଆସନ୍ତାକାଲି ଅର୍ଥାତ ଶୁକ୍ରାବର ପାଳନ ହେବ ପବିତ୍ର ଇଦ୍‌ ପର୍ବ । ମସ୍‌ଜିଦ୍‌ ବନ୍ଦ ଥିବାରୁ ଘରେ ରହି ନମାଜ ପାଠ କରିବେ। ତାହା ସହିତ ଧର୍ମାନୁଷ୍ଠାନଗୁଡିକରେ ପୂଜକଙ୍କ ସମେତ ମାତ୍ର ୪ଜଣ କର୍ମକର୍ତ୍ତାଙ୍କୁ ନେଇ କୋଭିଡ୍‌ ଗାଇଡ୍‌ଲାଇନ୍‌ ସହ ନମାଜ ପାଠ କରାଯିବ ।