ଭୁବନେଶ୍ୱର: ଚଳିତ ମାସରେ ରାଜ୍ୟରେ କୋରୋନା ସଂକ୍ରମଣ ହାର ଧିରେ ଧିରେ କମୁଥିବାର ଦେଖା ଦେଇଛି । ସଂକ୍ରମଣ ସଂଖ୍ୟା ଗତମାସ ୧୨ ହଜାର ଅତିକ୍ରମ କରିଥିବା ବେଳେ ଏବେ ଏହା ୪ ହଜାର ତଳକୁ ଖସିଛି । କିନ୍ତୁ ୟା ଭିତରେ ଡେଲଟା ପ୍ଲସ ଭ୍ୟାରିଏଣ୍ଟ ପୁଣି ରାଜ୍ୟବାସୀଭ୍କୁ ଭୟଭୀତ କରିଛି । ଗତକାଲି ଦେବଗଡରେ ଡେଲଟା ପ୍ଲସ ଭ୍ୟାରିଏଣ୍ଟର ପ୍ରଥମ ରୋଗୀ ଚିହ୍ନଟ ହେବା ପରେ ଏ ନେଇ ଚିନ୍ତା ପ୍ରକଟ ହୋଇଚି । ତେବେ ଏହି ସମୟରେ ଏକ ଆଶ୍ଚର୍ଯ୍ୟକର ମନ୍ତବ୍ର ଦେଇଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।
ଆଗକୁ ଆସୁଥିବା ଡେଲଟାପ୍ଲସ ଭ୍ୟାରିଏଣ୍ଟର ଭୟାବହତା ସେତେ ନାହିଁ ବୋଲି ସେ କହିଛନ୍ତି । ଆଗକୁ କୋରୋନା ସଂକ୍ରମଣ ଆହୁରି କମିବ ଏବଂ ଏକଡାଉନରୁ ରାଜ୍ୟ ମୁକ୍ତି ପାଇବ ବୋଲି ମନ୍ତବ୍ୟ ଦେଇଛନ୍ତି ଡାକ୍ତର ମିଶ୍ର ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡଐଙ ପକ୍ଷରୁ ଏପର୍ଯ୍ୟନ୍ତ ଡେଲଟା ପ୍ଲସ ଭ୍ୟାରିଏଣ୍ଟକୁ ମାରାତ୍ମକ ବୋଲି କୁହାଯାଇନାହିଁ । ରାଜ୍ୟରେ ସଂକ୍ରମଣ ହାର କମୁଥିବାରୁ ଡେଲଟା ପ୍ଲସ ଭ୍ୟାରିଏଣ୍ଟର ସେତେ ଭୟାବହତା ନାହିଁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଡାକ୍ତର ମିଶ୍ର । ଏଥିସହ ଦୁଇଟି ଯାକ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ବେଶୀ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ, ତଥାପି ସତର୍କ ରହିବା ସହ କଟକଣା ମାନିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ତୃତୀୟ ଲହରକୁ ନେଇ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ତୃତୀୟ ଲହର ଆସିବା ପୂର୍ବରୁ ଜଣା ପଡିବ ଏବଂ ରାଜ୍ୟ ସରକାର ଏଥିପାଇଁ ପ୍ରସ୍ତୁତ ରହିଛନ୍ତି ।