ଭୁବନେଶ୍ବର, ୦୪/୧୧ : ରାଜ୍ୟକୁ ଫେରୁଛି ଶୀତ । ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଶୁଷ୍କ-ଥଣ୍ଡା ବାୟୁ । ଏହାର ପ୍ରଭାବରେ ୨ ରୁ ୩ ଡିଗ୍ରୀ ସେଲସିୟସ କମିଛି ରାତ୍ରି ତପମାତ୍ରା । କିଛି ସ୍ଥାନରେ ଶୀତ ଅନୁଭୂତ ହେଉଛି । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ୩ ରୁ ୪ ଡିଗ୍ରୀ ସେଲସିୟସ କମିବ ରାତ୍ରି ତାପମାତ୍ର । ଚଳିତବର୍ଷ ରାଜ୍ୟକୁ ଶୀତ ବିଳମ୍ବରେ ଆସି ଶୀଘ୍ର ଚାଲିଯିବ । ଏଥର ଶୀତର ଅବଧି କମ୍ ରହିବ। ଅକ୍ଟୋବରରୁ ନଭେମ୍ବର ବାତ୍ୟାର ମାସ ହୋଇଥିବା ବେଳେ ବିଭିନ୍ନ ପାଣିପାଗ ନିୟାମକକୁ ନେଇ ଆର୍ଦ୍ରତାର ମାତ୍ରା ଅଧିକ ରହୁଛି । ଯେଉଁଥିପାଇଁ ବର୍ତ୍ତମାନ ବି ଗୁଳୁଗୁଳି ଅନୁଭୂତ ହେଉଛି । ସାରା ରାଜ୍ୟରେ ଶୀତ ବିଳମ୍ବରେ ଆସିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।