କୋଣାର୍କରେ ଆରମ୍ଭ ହେଲା ଅଏଲ ସନ୍ଧାନ ଖନନ କାମ

0

କୋଣାର୍କ, ୧୫/୨ : ଆଜିଠୁ ଆରମ୍ଭ ହୋଇଛି ଗୋପ କୁସୁପୁର ଠାରେ ପ୍ରାକୃତିକ ଗ୍ୟାସ ଓ ଅଏଲ ସନ୍ଧାନ ଖନନ କାର୍ଯ୍ୟ। ପୂଜାର୍ଚ୍ଚନା ପରେ ଏହି ଶୁଭକାର୍ଯ୍ୟର ଆରମ୍ଭ ହୋଇଛି। ରିଗ ମେସିନ ସାହାଯ୍ୟରେ ଏହି ଖନନ କରାଯିବ। ଖନନ କାମ ପାଇଁ ଅଏଲ ଇଣ୍ଡିଆ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି।

ତେବେ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସହିତ ଅଏଲ ଇଣ୍ଡିଆ ତରଫରୁ ବିଭିନ୍ନ ଅଧିକାରୀ ମାନେ ଉପସ୍ଥିତ ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୫୦ ମିଟର, ଦ୍ବିତୀୟ ପର୍ଯ୍ୟାୟରେ ୯୫୦ ଓ ଶେଷ ପର୍ଯ୍ୟାୟରେ ୯୭୫ ମିଟର ଖନନ କରାଯିବ । ଏପରିକି ୨ ହଜାର ୨୭୫ ମିଟର ବୋରିଙ୍ଗ କଲା ପରେ କେତେ ପରିମାଣର କ୍ରୁଡ଼ ଅଏଲ ରହିଛି ତାହା ଜଣାପଡିବ ବୋଲି ଅନୁମାନ କରିଛି ଅଏଲ ଇଣ୍ଡିଆ କମ୍ପାନୀ। ପର୍ଯ୍ୟାୟ କ୍ରମେ ବିଶୋଧନ କରାଯିବା ପାଇଁ ପାରାଦୀପକୁ ପଠାଯିବା ପାଇଁ ସୂଚନା ରହିଛି ।

SBI AD
Leave A Reply

Your email address will not be published.