ତେଲ ଟ୍ୟାଙ୍କରରୁ ଚୋରି ଘଟଣାରେ ୫ଜଣଙ୍କୁ ଗିରଫ କଲା ମାର୍ଶାଘାଇ ପୋଲିସ

କେନ୍ଦ୍ରାପଡା,୧୯/୮: ଜାତୀୟ ରାଜପଥରୁ ତେଲ ଟ୍ୟାଙ୍କର ଲୁଟ୍ ସମୟରେ ୫ ଜଣ ଆନ୍ତଜିଲ୍ଲା ଡକାୟତଙ୍କୁ ଗିରଫ କଲା ମାର୍ଶାଘାଇ ପୋଲିସ ଜଣେ ଫେରାର । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଧିନସ୍ଥ ୫୩ ନଂ ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ପାରାଦୀପରୁ ଫେରୁଥିବା ଏକ ତେଲ ଟ୍ୟାଙ୍କରକୁ ଫଲୋକରି ୬ ଜଣ ଡକାୟତ ହଳଦିଆ ଗୋଡା ନିକଟରେ ଅଟକାଇ ଥିଲେ। ଡକାୟତମାନେ ବିପିସିଏଲ କମ୍ପାନୀ ସାର୍ଟ ପିନ୍ଧି କମ୍ପାନୀ କର୍ମଚାରୀ କହି ଟ୍ୟାଙ୍କର ଅଟକାଇ ଡ୍ରାଇଭରକୁ ମାଡମାରି କାରରେ ଯୋରଯଵରଦସ୍ତ ଭର୍ତ୍ତି କରି ଦୁହୁରିଆ ଛକନିକଟରେ ଛାଡିଦେଇ ଧମକ ଦେଇ ପଳାଇ ଯାଇଥିଲେ।

ଟ୍ୟାଙ୍କର ଡ୍ରାଇଭର ବଂଶୀ ଧର ଦାସ ଅନ୍ୟ ଲୋକଙ୍କ ମୋବାଇଲରେ ମାର୍ଶାଘାଇ ଥାନାକୁ ଫୋନ କରିଥିଲେ। ମାର୍ଶାଘାଇ ଥାନା ଅଧିକାରୀ ପ୍ରଦିପ୍ତ କୁମାର କାନୁନଗୋ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ୫ ଜଣ ଡକାୟତଙ୍କୁ ଗିରଫ କରିଥିଲେ। ଜଣେ ଡକାୟତ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ମାର୍ଶାଘାଇ ପୋଲିସ ତେଲ ବୋଝେଇ ଟ୍ୟାଙ୍କର, ଗୋଟିଏ କାର,ଗୋଟିଏ ବୋଲେରୋ,୩ ଟି ବାଇକ୍ ,୫୩ ହଜାର ଟଙ୍କା , ୬ ଟା ମୋବାଇଲ, ଟ୍ୟାଙ୍କର ଖୋଲିବା ପାଇଁ ନକିଲି ୭ଟା ଚାବି,ବିପୁଳ ପରିମାଣର ତେଲ ଜାରକିନ ,ତେଲ କଢା ସରଞ୍ଜାମ ସହ ୭ ହଜାର ୬୦୦ ଲିଟର ତେଲ ଜବତ କରିଛି । ଫେରାର ଡକାୟତକୁ ତୁରନ୍ତ ଗିରଫ କରାଯିଵ ଏବଂ ସମସ୍ତ ତେଲ ମାଫିଆମାନଙ୍କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଏସ୍ ପି ସମ୍ବିଦ୍ ସମ୍ପଦ ମଡକର।