ଭୁବନେଶ୍ୱର, ୧୮/୧୧ : ଚଳିତ ମାସରୁ ଆରମ୍ଭ ହୋଇଛି ଅଲିଭ ରିଡ଼ଲେଙ୍କ ପ୍ରଜନନ ଋତୁ । ତେବେ ସୁରକ୍ଷିତ ଅଣ୍ଡାଦାନ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ବିଶେଷକରି ଅଲିଭ ରିଡ଼ଲେ ଫେବୃଆରୀ ମାସରେ ଅଣ୍ଡାଦାନ କରନ୍ତି । କିନ୍ତୁ ପୁରୀ ବନ୍ୟପ୍ରାଣୀ ବିଭାଗରେ ଥିବା ଦୁଇଟି ସ୍ଥାନରେ ଅଲିଭ ରିଡ଼ଲେ କଇଁଛ ମାନେ ଅପ୍ରତ୍ୟସିତ ଭାବେ କୁଳକୁ ଆସି ଅଣ୍ଡାଦାନ କରିଛନ୍ତି । ଗୋଟିଏ କଇଁଛ କେଳୁଣୀ ମୁହାଣ ନିକଟସ୍ଥ କଁରପୁର ଠାରେ କୂଳକୁ ଆସି ୧୨୪ଟି ଅଣ୍ଡାଦେଇ ଥିବାବେଳେ ଅରଖକୁଦ ଠାରେ ଆଉ ଏକ କଇଛ ୯୦ଟି ଅଣ୍ଡାଦାନ କରି ସମୁଦ୍ରକୁ ଫେରିଯାଇଛି । ବନ କର୍ମଚାରୀ ମାନେ ଦୁଇଟି କଇଁଛକୁ ଠାବକରି ସେ ଅଣ୍ଡାସବୁକୁ ଏକ ଅସ୍ଥାୟୀ ହାଚରିରେ ରଖିଛନ୍ତି ।