ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କୁ ୪ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶଙ୍କୁ ହୋଇଛି ୪ ବର୍ଷ ଜେଲଦଣ୍ଡ । ତାସହ ୫୦ ଲକ୍ଷ ଟଙ୍କା ଜୋରିମାନା ଦଣ୍ଡ ଶୁଣାଇଲେ ସ୍ବତନ୍ତ୍ର ସିବିଆଇ କୋର୍ଟ ।ଏହା ସହ ତାଙ୍କ ଉପରେ ୫୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଯାଇଛି । କୋର୍ଟ ଚୌଟାଲାଙ୍କ ୪ଟି ସମ୍ପତ୍ତି ମଧ୍ୟ ସିଜ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ଏହାପୂର୍ବରୁ ମେ 21 ରେ ମାମଲାର ଶୁଣାଣି ଶେଷ ହୋଇଥିବା ବେଳେ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ରାୟ ସଂରକ୍ଷିତ ରଖିଥିଲେ ଦିଲ୍ଲୀର ରୋଜ ଏଭିନ୍ୟୁ କୋର୍ଟ ।ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲାଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ୧୯୯୩ ରୁ ୨୦୦୬ ମଧ୍ୟରେ କ୍ଷମତାରେ ଥିବା ସମୟରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଦୋଷୀ ପାଇବା ପରେ ବିଚାରପତି ବିକାଶ ଢୁଲ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ସମୟରେ ଚୌଟାଲା ଅଦାଲତଙ୍କୁ ବାର୍ଦ୍ଧକ୍ୟ ଏବଂ ଚିକିତ୍ସା ଆଧାରରେ ସଜା କମ୍ କରିବାକୁ ମଧ୍ୟ ଅନୁରୋଧ କରିଥିଲେ । ଗତ ସପ୍ତାହରେ ଅଦାଲତ ଚୌଟାଲାଙ୍କୁ ଦୋଷୀ ପାଇଥିଲେ ଏହି ସମୟରେ କୋର୍ଟ କହିଥିଲେ ଯେ ଚୌଟାଲା ସମ୍ପତ୍ତି ହାସଲ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ।

ସିବିଆଇ ଚୌଟାଲାଙ୍କ ବିରୋଧରେ ୨୦୦୫ ରେ ମାମଲା ରୁଜୁ କରିଥିଲେ । ୨୬ ମାର୍ଚ୍ଚ ୨୦୧୦ ରେ ଦାଖଲ ହୋଇଥିବା ଚାର୍ଜସିଟରେ ଅଭିଯୋଗ କରାଯାଇଥିଲା ଯେ ୧୯୯୩ ରୁ ୨୦୦୬ ମଧ୍ୟରେ ଓମ୍ ପ୍ରକାଶ ଚୌଟାଲା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିଲେ । ସବିଆଇ ଦ୍ୱାରା ରୁଜୁ ହୋଇଥିବା ମାମଲା ଅନୂଯାୟୀ ଜୁଲାଇ ୨୪, ୧୯୯୯ ରୁ ମେ ୫, ୨୦୦୫ ପର୍ଯ୍ୟନ୍ତ ହରିୟାଣାର ମୁଖ୍ୟମନ୍ତ୍ରୀ ଥିବାବେଳେ ଚୌଟାଲା ପରିବାର ଏବଂ ତାଙ୍କ ସଂପର୍କୀୟଙ୍କ ସହ ମିଶି ଆୟର ବୈଧ ଉତ୍ସ ବାହାରେ ଅଧିକ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଅର୍ଜନ କରିଥିଲେ ।