ନୂଆଦିଲ୍ଲୀ, ୧୭/୧୨ : ବହୁ ଆଲୋଚନା ପରେ ଆଜି ଲୋକସଭାରେ ଆଗତ ହୋଇଛି ‘ଓ୍ବାନ୍ ନେସନ୍ ଓ୍ବାନ୍ ଇଲେକ୍ସନ’ ବିଲ୍ । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ୍ ରାମ୍ ମେଘଓ୍ବାଲା ଆଗଜି ଲୋକସଭାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି । ଏହି ବିଲକୁ କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ବିରୋଧ କରିଛନ୍ତି । ଏନେଇ କଂଗ୍ରେସ ସାଂସଦ ମନିଶ ତିଓ୍ବାରୀ ଏହି ଏକକ ବିଲ୍ ସମ୍ବିଧାନର ମୌଳିକ ଡାଞ୍ଚାକୁ ବିରୋଧ କରୁଛି ବୋଲି ଦାବି କରିଛନ୍ତି । ସେହିପରି ସମାଜବାଦୀ ପାର୍ଟିର ସାଂସଦ କହିଛନ୍ତି, ଏହି ବିଲ୍ ଆଗତ କରି ବିଜେପି ତାନାଶହି ଲାଗୁ କରିବାକୁ ଚାହୁଁଛି । ତୃଣମୂଳ ସାଂସଦ କଲ୍ୟାଣ ବାନାର୍ଜୀ ଏହି ବିଲକୁ ଭାଇରସ କହିଛନ୍ତି । ଯାହା ସମ୍ବିଧାନର ମୌଳିକ ଗଠନକୁ ଆଘାତ ଦିଏ । ଏହା କୌଣସି ନିର୍ବାଚନ ସଂସ୍କାର ନୁହେଁ, ଏହା କେବଳ ଜଣେ ଭଦ୍ରଲୋକଙ୍କ ସ୍ୱପ୍ନ ପୂରଣ ବୋଲି ସେ କହିଛନ୍ତି ।