ଭୁବନେଶ୍ୱର, ୨୧/୧୦ : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ମାଓବାଦୀମାନେ ଏକ ବର୍ବର କାଣ୍ଡ ଭିଆଇଥିବାର ଖବର ମିଳିଛି। ଯୋଡ଼ାମ୍ବ ଥାନା ଅଧିନ ଖଜୁରୀଗୁଡ଼ା ଗାଁରେ ପୁଲିସ ଇନଫର୍ମର ସନ୍ଦେହ କରି ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଅନ୍ୟ ୨ ଜଣ ବ୍ୟକ୍ତି ମାଓବାଦୀଙ୍କ ନିସ୍ତୁକ ମାଡ଼ରେ ଗୁରତର ଆହତ ହୋଇଛନ୍ତି । ଆହତମାନଙ୍କୁ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ସୂଚନା ଅନୁସାରେ ଖଜୁରୀଗୁଡ଼ାର ଜଣେ ବ୍ୟକ୍ତିଙ୍କ ଉପରେ ମାଓବାଦୀମାନେ ପୋଲିସ ଇନଫର ବୋଲି ସନ୍ଦେହ କରିଥିଲେ । ମାଓବାଦୀମାନେ ଖଜୁରୀଗୁଡ଼ାକୁ ପହଂଚି ସଂପୃକ୍ତ ବ୍ୟକ୍ତିମାନଙ୍କୁ ଡାକି ନେଇଥିଲେ । ଏଥିରୁ ଜଣଙ୍କୁ ଗଳାକାଟି ହତ୍ୟା କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ନିସ୍ତୁକମାଡ଼ ମାରିଥିଲେ । ଏହା ପରେ ଘଟଣାସ୍ଥଳରୁ ଚାଲିଯାଇଥିଲେ ।
ତେବେ ରାଜ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାଓ ଦମନ ପାଇଁ ଅନେକ ଗୁଡ଼ିଏ ପଦକ୍ଷେପ ନେଇଛନ୍ତି । ନିକଟରେ ଓଡ଼ିଶା ଓ ଆନ୍ଧ୍ରର ବରିଷ୍ଠ ପୋଲିସ ଅଧିକାରୀଙ୍କ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । ମାଓବାଦୀମାନେ ସରକାରଙ୍କ ବିକାଶମୂଳକ କାମରେ ଅସନ୍ତୁଷ୍ଟ ହୋଇ ମଝିରେ ମଝିରେ ନିରୀହ ଲୋକଙ୍କୁ ହତ୍ୟା କରୁଛନ୍ତି ।