ନୂଆଦିଲ୍ଲୀ : ସଂସଦରୁ ରାହୁଲ ଗାନ୍ଧିଙ୍କ ସଦସ୍ୟତା ସମାପ୍ତ ହେବା ପରେ କଂଗ୍ରେସ ପାର୍ଟି ଏବେ ବିଜେପି ବିରୋଧରେ ଏକଜୁଟ ହୋଇଯାଇଛି। ସ୍ଥାନେସ୍ଥାନେ କଂଗ୍ରେସ ନେତା ସତ୍ୟାଗ୍ରହ କରି ମୋଦି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏଥିରେ ପ୍ରସଙ୍ଗକୁ ନେଇ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରବିବାର ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ଖଡଗେ କହିଛନ୍ତି ଯେ ରାହୁଲ ଗାନ୍ଧି ଯେତେବେଳେ ପ୍ରସଙ୍ଗ ଉଠାଇଲେ ସେତେବେଳେ ତାଙ୍କୁ ଦବାଇ ଦେବାକୁ ବିଜେପି ମାନହାନୀ ମୋକଦ୍ଦମାର ତାମସା କରୁଛି।
ରାହୁଲଙ୍କ ବିରୋଧରେ ବିଜେପିର ଏହା ଏକ ଷଡ଼ଯନ୍ତ୍ର ବୋଲି ଖଡଗେ କହିଥିବା ବେଳେ ରାହୁଲ ଏହାର ଉଚିତ ଜବାବ ଦେବେ ବୋଲି ସ ସେ କହିଛନ୍ତି। ଖଡଗେ କହିଛନ୍ତିଯେ ଯଦି କେହି ଆମକୁ ହଇରାଣ କରିବାକୁ, ସତ୍ୟ କହିବାରେ ରୋକିବାକୁ ଉଦ୍ୟମ କରେ ତେବେ ଆମେ ଦେଶ, ଗଣତନ୍ତ୍ର ଓ ଅଭିବ୍ୟକ୍ତିର ଅଧିକାର ଲାଗି ଲଢିବୁ। ରାହୁଲ ଗାନ୍ଧି ଦେଶର ଜନତାଙ୍କ ଲାଗି ଲଢୁଛନ୍ତି କିନ୍ତୁ ତାଙ୍କ ଉପରେ କେସ୍ କରାଯାଇଛି।
ରାହୁଲ ଗାନ୍ଧି ଗୋଟିଏ ଭାଷଣ ଦେଇଥିଲେ ଯେଉଁଥି ପାଇଁ ତାଙ୍କୁ ଦଣ୍ଡିତ କରାଯାଇଛି। ଏମିତି ଦେଖିଲେ ମୋଦିଜୀ ତାଙ୍କ ଭାଷଣରେ କେତେ କଣ କଂଗ୍ରେସ ଓ ଗାନ୍ଧି ପରିବାର ବିରୋଧରେ ଗପିଛନ୍ତି। ଏଥି ପାଇଁ ମଧ୍ୟ ତାଙ୍କୁ କଂଗ୍ରେସ ଉଚିତ ଶିକ୍ଷା ଦେବାର ଥିଲା। ନିରବ ମୋଦି, ମେହୁଲ ଚୌକସୀ ଓ ଲଳିତ ମୋଦି ଓବିସି ଅଟନ୍ତି। ଏମାନଙ୍କ ବିରୋଧରେ ଦେଶର ପଇସା ଲୁଟି ପଳାଇଥିବାର ଅଭିଯୋଗ ରହିଛି। ଯଦି ସେମାନେ ପଳାତକ ଓ ରାହୁଲ ଗାନ୍ଧି ପଳାତଙ୍କୁ କହିଲେ ଏଥିରେ ତୁମକୁ କାହିଁକି କଷ୍ଟ ହେଲା ବୋଲି ମଲ୍ଲିକାର୍ଜୁନ ଖଡଗେ ପ୍ରଶ୍ନ କରିଛନ୍ତି।
