ପ୍ରଥମ ଥର ପାଇଁ ରୁଷ ବିଦେଶରେ ପରମାଣୁ ଅସ୍ତ୍ର ମୁତୟନ କରିବ

ଡେସ୍କ,୨୬/୩ : ୧୯୯୦ ଦଶକ ପରେ ପ୍ରଥମ ଥର ପାଇଁ ରୁଷ ବିଦେଶରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିବ । ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏହି ନିଷ୍ପତ୍ତି ସାରା ବିଶ୍ୱରେ ଉତ୍ତେଜନା ବଢାଇଦେଇଛି । ରୁଷ୍ ନିଜର ପଡ଼ୋଶୀ ଦେଶ ବେଲାରୁଷରେ ନିଜର ପରମାଣୁ ଅସ୍ତ୍ର ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ବୋଲି ରୁଷର ସରକାରୀ ନିୟନ୍ତ୍ରିତ ସମ୍ବାଦ ସରବରାହ ସଂସ୍ଥା ଟାସ୍ ରିପୋର୍ଟ ପ୍ରକାଶ କରିଛି । ପରମାଣୁ ଅସ୍ତ୍ର ଗଚ୍ଛିତ ରଖିବାକୁ ବେଲାରୁଷରେ ସ୍ୱତନ୍ତ୍ର ଭିତ୍ତିଭୂମି ନିର୍ମାଣ କରିବ । ଆସନ୍ତା ଜୁଲାଇ ୧ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ପୁଟିନ କହିଛନ୍ତି ।

ୟୁକ୍ରେନ ଯୁଦ୍ଧକୁ ନେଇ ରୁଷ ଓ ପାଶ୍ଚାତ୍ୟ ଦେଶଙ୍କ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଥିଲାବେଳେ ରୁଷର ଏହି ନିଷ୍ପତ୍ତି ବିଶ୍ବରେ ପରମାଣୁ ଯୁଦ୍ଧର ଆତଙ୍କ ବଢାଇଦେଇଛି । ବେଲାରୁସରେ କେତେ ପରମାଣୁ ଅସ୍ତ୍ର ମୁତୟନ କରାଯିବ ସେ ନେଇ ରୁଷିଆ କୌଣସି ଉତ୍ତର ଦେଇନାହିଁ । ସେହିପରି ଏହି ଅସ୍ତ୍ରଶସ୍ତ୍ରର ପ୍ରୟୋଗ କେବଳ ୟୁକ୍ରେନ୍ ହେବ ନା ଅନ୍ୟ ପାଶ୍ଚାତ୍ୟ ଦେଶ ମଧ୍ୟ ହୋଇପାରେ ତାହାକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି ।

SBI AD