ଖୁବଶୀଘ୍ର ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୩୧/୦୭ : ଖୁବଶୀଘ୍ର ସ୍ବତନ୍ତ୍ର ହେବ ଓଟିଇଟି ପରୀକ୍ଷା । ପ୍ରଶ୍ନପତ୍ର ଲିକ ଘଟଣାରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଯେଉଁମାନେ ଏଥିରେ ସାମିଲ ଅଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । କ୍ୟୁଆର କୋଡ ଥିବା ସତ୍ତ୍ବେ ଏଭଳି ଘଟଣା ଘଟିଛି। ତେଣୁ ଏଦିଗ ଉପରେ ମଧ୍ୟ ଧ୍ୟାନ ଦିଆଯିବ। ଆଗକୁ କିପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ବିଭାଗ ସଜାଗ ଅଛି । ସ୍ୱଚ୍ଛତା ସହ ପରୀକ୍ଷା ହେବ ପାଇଁ ଯୋଜନା କରାଯାଉଛି। ଖୁବଶୀଘ୍ର ପୁଣି ଥରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ପାଇଁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।

SBI AD