ଭୁବନେଶ୍ବର : ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଦତ୍ତେଶ୍ବର ହୋତା । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ପ୍ରଫେସର ଦତ୍ତ୍ବେଶ୍ବର ହୋତାଙ୍କ ନିଯୁକ୍ତକୁ ମଞ୍ଜୁରୀ ଦେଇଛନ୍ତି। ପ୍ରଫେସର ହୋତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ତତ୍କାଳ ୧ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ କିମ୍ବା ଏ ସଂକ୍ରାନ୍ତରେ ପରବର୍ତ୍ତି ନିର୍ଦେଶ ପ୍ରକାଶ ପର୍ଯ୍ୟନ୍ତ ସେ କୁଳପତି ଭାବେ କାର୍ଯ୍ୟ ସମ୍ପାଦନ କରିପାରିବେ। ସ୍ବାସ୍ଥ୍ୟ ସେବାକ୍ଷେତ୍ରରେ ଡା. ଦତ୍ତେଶ୍ବର ହୋତାଙ୍କ ଭଲ ଅଭିଜ୍ଞତା ରହିଛି।
