ଭୁବନେଶ୍ୱର, ୦୭/୦୧ : ଆଜିଠୁ ସ୍ୱାଭାବିକ ହେଲା ଧାନ କିଣା ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ । ମିଲର୍ସଙ୍କ କିଛି ଦାବିକୁ ମାନିଛନ୍ତି ସରକାର । ୧୯ ଜିଲ୍ଲାରେ ୩.୧୫ ଲକ୍ଷ ଚାଷୀଙ୍କଠୁ ଧାନ ସଂଗ୍ରହ ହୋଇଛି। ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ୍ ଧାନ ସଂଗ୍ରହ’ । ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ ଧାନ ମିଲର୍ସ ଉଠାଇଛନ୍ତି । ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନପୁଟ ଆସିଷ୍ଟାଂଶ ଦିଆଯାଇଛି । ଗତକାଲି ମିଲର୍ସଙ୍କ ସହ ଆଲୋଚନା କରିଥିଲେ ଯୋଗାଣ ମନ୍ତ୍ରୀ ।