୬ ଦିନରେ ସରିଗଲା ସାତଜନ୍ମର ସମ୍ପର୍କ : ଆତଙ୍କୀ ହମଲାରେ ଚାଲିଗଲା ନୌସେନା ଅଧିକାରୀଙ୍କ ଜୀବନ

0

ନୂଆଦିଲ୍ଲୀ,୨୩ /୦୪: ଜମ୍ମୁ-କାଶ୍ମୀରେ ଭୟଙ୍କର ଆତଙ୍କୀ ଆକ୍ରମଣ ଦେଶକୁ ସ୍ତବ୍ଦ କରି ଦେଇଛି । ଏଥିରେ ୨୭ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ନୌସେନା ଓ ଆଇବି ଅଫିସର । ୬ଦିନ ତଳେ ନୌସେନା ଅଫିସର ଲେପ୍ଟନାଣ୍ଟ ବିନୟ ନରୱାଲଙ୍କର ବାହାଘର ହୋଇଥିଲା । ମାତ୍ର ୬ ଦିନରେ ଜୀବନସାଥୀଙ୍କୁ ହରାଇଛନ୍ତି ପତ୍ନୀ । ତାଙ୍କ ଆଖି ସାମ୍ନାରେ ସ୍ୱାମୀଙ୍କୁ ଗୁଳି କରିଥିଲେ ରକ୍ତମୁଖା ଆତଙ୍କୀ । ସ୍ୱାମୀଙ୍କ ମୃତଦେହ ପାଖରେ ସ୍ତବ୍ଧ ହୋଇ ବସିଛନ୍ତି ପତ୍ନୀ । ଏପ୍ରିଲ ୧୬ରେ ୨୬ ବର୍ଷୀୟ ବିନୟଙ୍କ ବାହାଘର ହୋଇଥିଲା । ଛୁଟିରେ ଆସିଥିବା ବିନୟ ପତ୍ନୀଙ୍କ ସହିତ କାଶ୍ମୀର ବୁଲିବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଆତଙ୍କୀ ଆକ୍ରମଣମରେ ତାଙ୍କ ଜୀବନ ଚାଲିଯିବ ବୋଲି । ବିନୟଙ୍କ ବିୟୋଗ ଖବର ଶୁଣି ପରିବାର ଭାଙ୍ଗି ପଡିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.