ଲାହୋର, ୨୦/୮ : ନିଜ ବିବାଦୀୟ ବୟାନ ନିମନ୍ତେ ସର୍ବଦା ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ୍ ପୁଣି ଭାରତକୁ ପରମାଣୁ ବୋମାର ଧମକ ଦେଇଛନ୍ତି । ଏଥର ଯୁଦ୍ଧ ହେଲେ ତାହା ପାରମ୍ପରିକ ଯୁଦ୍ଧ ପରି ହେବନାହିଁ, ସିଧା ପରମାଣୁ ଆକ୍ରମଣ ହେବ ।ପାକିସ୍ତାନ ପାଖରେ ପରମାଣୁ ବୋମା ରହିଛି । ଏହା ନିଜର ଟାର୍ଗେଟକୁ ସର୍ବାଧିକ କ୍ଷତି ପହଁଚାଇବ ବୋଲି ସେ କହିଛନ୍ତି । ଏପରିକି ଏହି ପରମାଣୁ ଆକ୍ରମଣରେ ମୁସଲିମଙ୍କୁ କୌଣସି ହାନୀ ପହଁଚିବନି ବୋଲି ସେ ଦମ୍ଭୋକ୍ତି ବାଢିଛନ୍ତି ।
ସେ ଆହୁରି କହିଛନ୍ତି, ପାକିସ୍ତାନ ପାଖରେ ଶହେ ଓ ଅଢେଇ ଶହ କେଜିର ପରମାଣୁ ବୋମା ରହିଛି ଯାହାକୁ କୌଣସି ଖାସ୍ ଟାର୍ଗେଟକୁ ଲକ୍ଷ୍ୟ କରାଯାଇ ଆକ୍ରମଣ କରାଯିବ । ଏପରିକି ୫୦୦ ଗ୍ରାମର ପରମାଣୁ ବୋମା ଥିବା ମଧ୍ୟ ସେ ଦାବି କରିଥିଲେ । ତାଙ୍କର ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।