ସହୀଦ ଯବାନଙ୍କ ପ୍ରତିଶୋଧ ନେଲା ଭାରତୀୟ ସେନା, ପାକିସ୍ତାନର ୮ ସୈନିକଙ୍କୁ କଲେ ହତ୍ୟା

ଶ୍ରୀନଗର, ୧୩/୧୧ : ଦୀପାବଳି ପୂର୍ବରୁ ପାକିସ୍ତାନ ପୁଣି ଥରେ ଏକ ଘୃଣ୍ୟ କାର୍ଯ୍ୟ କରିଛି। ପାକିସ୍ତାନ ଆଜି ଜମ୍ମୁ-କଶ୍ମୀରର ଟାଙ୍ଗଡର ସେକ୍ଟର ଏବଂ ଅନ୍ୟ ୨ଟି ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଗୁଳିରେ ତିନି ଭାରତୀୟ ସେନାର ୩ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ସାଧାରଣ ଲୋକଙ୍କ ଜୀବନ ଯାଇଛି।

ଏହାର ପ୍ରତିଶୋଧ ନେଇ ପାକ୍‌ ସେନାକୁ ଜବାବ ଦେଇଛି ଭାରତୀୟ ସେନା। ଭାରତୀୟ ସେନାର ପ୍ରତି ଆକ୍ରମଣରେ ୮ ପାକ୍‌ ସୈନିକ ନିହତ ହୋଇଥିବା ଜଣାପଡ଼ିଛି। ପାକିସ୍ତାନ ପକ୍ଷରୁ ମୃତ୍ୟୁବରଣ କରିଥିବା ସୈନିକଙ୍କ ମଧ୍ୟରୁ ୨-୩ ଏସଏସଜି କମାଣ୍ଡର ସାମିଲ ଅଛନ୍ତି। ଭାରତୀୟ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରଥମେ ପାକ୍‌ ସେନା ଉସୁକାଇବା ପାଇଁ ଗୁଳି ଚାଳନା କରିଥିଲା। ପାକିସ୍ତାନ ଉରିରୁ ଗୁରେଜ ପର୍ଯ୍ୟନ୍ତ ସିଜ୍‌ଫାୟର ଉଲ୍ଲଂଘନ କରିବା ପ​‌ରେ ଭାରତୀୟ ସେନା ମୁହଁତୋଡ଼ ଜବାବ ଦେଇଛି।