ନୂଆଦିଲ୍ଲୀ, ୦୨/୦୨ : ପାକିସ୍ତାନ ଟି-୨୦ ବିଶ୍ବକପ ଖେଳିବ କିନ୍ତୁ ଭାରତ ବିପକ୍ଷ ମ୍ୟାଚକୁ ନା। ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପରେ ଖେଳିବାକୁ ପିସିବିର ପ୍ରସ୍ତାବକୁ ଅନୁମୋଦନ କରିଛି ପାକିସ୍ତାନ ସରକାର। କିନ୍ତୁ ଫେବୃଆରୀ ୧୫ରେ ହେବାକୁ ଥିବା ଭାରତ ବିପକ୍ଷ ମ୍ୟାଚ ନ ଖେଳିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗଭର୍ଣ୍ଣମେଣ୍ଟ ଅଫ ପାକିସ୍ତାନ ପକ୍ଷରୁ ଏକ୍ସ ହ୍ୟାଣ୍ଡଲରେ ସ୍ପଷ୍ଟ କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଓ ପିସିବି ମୁଖ୍ୟ ମୋହସିନ ନକଭୀଙ୍କ ମଧ୍ୟରେ ଆଲୋଚନା ପରେ ଏହା ଘୋଷଣା କରାଯାଇଛି। ପୂର୍ବରୁ ଉଭୟଙ୍କ ମଧ୍ୟରେ ଏନେଇ ଆଲୋଚନା ହୋଇଥିଲେ ମଧ୍ୟ ଫେବୃଆରୀ ୨ ପୂର୍ବରୁ ନିଷ୍ପତ୍ତି ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ରହିଥିଲା। ଫେବୃଆରୀ ୭ରୁ ମାର୍ଚ୍ଚ ୮ ଯାଏ ଅନୁଷ୍ଠିତ ହେବ ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ।