ନୂଆଦିଲ୍ଲୀ, ୧୪/୦୯ : ବ୍ରିଟେନରେ ଜଣେ ପାକିସ୍ତାନୀ ଡାକ୍ତରଙ୍କ କାରନାମା ସାମ୍ନାକୁ ଆସିଛି । ଏହି ଡାକ୍ତର ଜଣଙ୍କ ଅସ୍ତ୍ରୋପଚାର ପାଇଁ ରୋଗୀଙ୍କୁ ବେଡ୍ରେ ବେହୋସ ଛାଡ଼ି ନର୍ସଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଚାଲିଯାଇଥିଲେ। ଆଉ ଏହି କାରନାମାକୁ ଅନ୍ୟ ଜଣେ ନର୍ସ ଦେଖିବା ପରେ କଥା ପ୍ରଘଟ ହୋଇଥିଲା। ଅଭିଯୁକ୍ତ ହେଲେ ୪୪ ବର୍ଷୀୟ କନସଲଟାଣ୍ଟ ଆନାସ୍ଥେଟିଷ୍ଟ ଡକ୍ଟର ସୁହେଲ୍ ଅଞ୍ଜୁମ୍। ଗ୍ରେଟର ମାଞ୍ଚେଷ୍ଟରର ଟାମସାଇଡ୍ ହସ୍ପିଟାଲର ଏହି ଡାକ୍ତରଜଣଙ୍କ ଏପରି କାରନାମା କରିଛନ୍ତି। ଏକ ଅପରେସନ ଥିଏଟରରେ ପିତ୍ତକୋଷ ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀଙ୍କୁ ଆନାସ୍ଥେସିଆ ଦେଇ ଅଚେତ ଅବସ୍ଥାରେ ଛାଡ଼ି ଯୌନକ୍ରିୟା କରିବାକୁ ଚାଲିଯାଇଥିଲେ ତା ପୁଣି ନର୍ସଙ୍କ ସହ।
ଏହି ଘଟଣାଟି ତାଙ୍କର ଜଣେ ସହକର୍ମୀ ନର୍ସ ଏନଟି ଦେଖିଥିଲେ। ସେ ଆସି ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ ସେ ଡାକ୍ତର ଅଞ୍ଜୁମ ଏବଂ ନର୍ସଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ। ଡାକ୍ତର ଅଞ୍ଜୁମ ପ୍ରାୟ ୮ ମିନିଟ୍ ପରେ ଯୌନ ସମ୍ପର୍କ ସାରି ଅପରେସନ ଥିଏଟରଙ୍କୁ ଫେରିଥିଲେ। ଅନ୍ୟପଟେ ଡାକ୍ତର ଜଣଙ୍କ ତାଙ୍କର ଭୁଲ ସ୍ୱୀକାର କରିଛନ୍ତି। ଏବଂ ଏହା ରୋଗୀଙ୍କୁ ବିପଦରେ ପକାଇପାରେ, କିନ୍ତୁ ତାଙ୍କର କୌଣସି କ୍ଷତି ହୋଇନାହିଁ ବୋଲି ଡାକ୍ତର ଜଣଙ୍କ କହିଥିଲେ। ତେବେ ଏଥିପାଇଁ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିଲେ। ସମୟ ପୂର୍ବରୁ ତାଙ୍କର ଝିଅର ଜନ୍ମ ହେବା ଓ ବୈବାହିକ ଅସନ୍ତୋଷକୁ ଦାୟୀ କରିଛନ୍ତି।
ଡାକ୍ତର ସୁହେଲ ଅଞ୍ଜୁମ ଏଭଳି ଘଟଣା ଘଟାଇବା ପରେ ନିଜ ଦେଶ ପାକିସ୍ତାନକୁ ଚାଲିଯାଇଛନ୍ତି। ଏନେଇ ସେ ମେଡିକାଲ୍ ପ୍ରାକ୍ଟିସନର୍ସ ଟ୍ରିବ୍ୟୁନାଲ୍ ସର୍ଭିସ୍ (MPTS)କୁ ସୂଚନା ଦେଇଛନ୍ତି। ସେ ଫେବୃଆରୀ ୨୦୨୪ରେ ଟାମସାଇଡ୍ ହସ୍ପିଟାଲ ଛାଡିଥିଲେ ଏବଂ ବର୍ତ୍ତମାନ ସେ ତାଙ୍କ ଦେଶ ପାକିସ୍ତାନକୁ ଫେରିଯାଇଛନ୍ତି ବୋଲି କହିଛନ୍ତି। ଏଭଳି ଘଟଣା ଘଟାଇବା ସାରିବା ପରେ ତଥାପି, ସେ ୟୁକେରେ ତାଙ୍କର ଡାକ୍ତରୀ କ୍ୟାରିୟର ପୁନର୍ବାର ଆରମ୍ଭ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏବଂ ପ୍ୟାନେଲକୁ ଆଶ୍ୱାସନା ଦେଇଛନ୍ତି ଯେ ଏହି ଘଟଣା ଆଉ ପନର୍ବାର କରିବେ ନାହିଁ।
