ରାହୁଲ-ନିର୍ବାଚନ କମିସନ ମୁହାଁମୁହିଁ

ନୂଆଦିଲ୍ଲୀ, ୦୮/୦୮ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନିକଟରେ ହୋଇଥିବା ନିର୍ବାଚନଗୁଡ଼ିକର ସ୍ବଚ୍ଛତାକୁ ନେଇ ଆଜି ପ୍ରଶ୍ନ ଉଠାଇଛରି ଏବଂ ନିର୍ବାଚନ କମିସନ (ଇସି) ପକ୍ଷପାତ କରୁଛନ୍ତି ବୋଲି ଅଭିଯୋଗ କରିଛରି । ଇସିଙ୍କ ଉପରେ ତୀବ୍ର ଆକ୍ରମଣ କରି ରାହୁଲ ଅଭିଯୋଗ କରିଛରି ଯେ ନିର୍ବାଚନୀ ସଂସ୍ଥା ଦେଶରେ ‘ନିର୍ବାଚନ ଚୋରି କରିବା ପାଇଁ ବିଜେପି ସହିତ ଏକାଠି କାମ କରୁଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛରି ଯେ ଭୋଟର ତାଲିକାରେ ନକଲି ଭୋଟରଙ୍କୁ ଯୋଡ଼ାଯାଉଛି । ରାହୁଲ ତାଙ୍କର ଏହି ମତକୁ ପ୍ରମାଣ କରିବାକୁ ଉଦ୍ୟମ କରି କର୍ଣ୍ଣାଟଜର ଭୋଟର ତାଲିକା ଦେଖାଇଛନ୍ତି। ରାହୁଲ ଦାବି କରିଛନ୍ତି ଯେ ଢେଙ୍ଗାଲୁରୁ କେନ୍ଦ୍ରୀୟ ଲୋକସଭା ଆସନର ମହାଦେବପୁରା ବିଧାନସଭା କ୍ଷେତ୍ରରେ ‘ଭୟଙ୍କର ଚୋରି’ (ବ୍ୟାପକ ପରିମାଣର ଭୋଟ ଚୋରି) ହୋଇଛି ଗାଁହୁଲ ଦାବି କରିଛନ୍ତି ମହାଦେବପୁରା ବିଧାନଭା କ୍ଷେତ୍ରର ୬.୫ ଲକ୍ଷ ଭୋଟ ମଧ୍ୟରୁ ୧ ଲକ୍ଷରୁ ଅଧିକ ଭୋଟ ଚୋରି ହୋଇଥିଲା। ମହାଦେବପୁରା ନିର୍ବାଚନମଣ୍ଡଳୀରେ ଏକ ଲକ୍ଷରୁ ଅଧିକ ନକଲି ଭୋଟର, ଅବୈଧ ଠିକଣା, ବହୁ ଭୋଟର ମିଳିଥିବା ରାଜୁଲ ଦାବି କରିଛନ୍ତି। ତେବେ ନିର୍ବାଚନ କମିମିନ, ଏଭଳି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିବା ସହ ମିଥ୍ୟା ଓ ବିଦ୍ରାଜିବର ଅଭିଯୋଗରୁ ଦୂରେଇ ରହିବାକୁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନଗେ ବେଙ୍ଗାଲୁରୁ କେନ୍ଦ୍ରୀୟ ଲୋକସଭା ଆସନରେ କଡ଼ା ପ୍ରତିଦ୍ଵନ୍ଦିତା ହୋଇଥିଲା। କଂଗ୍ରେସ ପ୍ରାର୍ଥୀ ମନସୁର ଅନ୍ତୁ ଖାନ୍ ଗଣତି ସମୟରେ ଲଗାତାର ଆଗୁଆ ରହିଥିଲେ । ସେଠାରେ ଚୂଡ଼ାନ୍ତ ଫଳାଫଳ ଅନୁସାରେ ବିଜେପିର ପିସି ମୋହନ ୩୨,୨୦୭ ଅଧିକ ଭୋଟ ପାଇ ବିନୟ ହାସଲ କରିଥିଲେ । କଂଗ୍ରେସକୁ ୬,୨୬,୨୦୮ ଭୋଟ ମିଳିଥିବା ବେଳେ ବିଜେପିକୁ ୬,୫୮,୯୧୫ ଭୋଟ ମିଳିଥିଲା । ରାହୁଲ ଦାବି କରିଛନ୍ତି ଯେ ଏହି ଆସନରେ ଭୋଟ୍ ଚୋରିର ପ୍ରମାଣ ତାଙ୍କ ପାଖରେ ରହିଛି । ସେହିଭଳି ମହାଦେବପୁରା ଆସନରେ ୧,୦୦,୨୫୦ ଭୋଟ ଚୋରି ହୋଇଛି, ଯେଉଁଥିରେ ୧୧,୯୬୮ ନକଲି ଭୋଟର ରହିଛନ୍ତି ଏବଂ ୪୦,୦୦୯ ଭୋଟରଙ୍କର ଜାଲ ଓ ଅବୈଧ ଠିକଣା ଥିବାବେଳେ ୪,୧୩୨ ଭୋଟରଙ୍କ ଅବୈଧ ଫଟୋ ରହିଛି।

ରାହୁଲ ଆହୁରି ଅଭିଯୋଗ କରିଛନ୍ତି ଯେ ହରିୟାଣାରେ ବୁଥ୍ ବାହୁଡ଼ା ମତ ଗୋଟିଏ କଥା କହୁଥିବା ବେଳେ ପରିଣାମ ଅଲଗା ଆସିଥିଲା। ଆପଣମାନେ ହରିୟାଣା, ମହାରାଷ୍ଟ୍ର ନିର୍ବାଚନରେ ଏହା ଦେଖିଥିଲେ ଏବଂ ତା’ପରେ ହଠାତ ଫଳାଫଳ ବଡ଼ ପରିବର୍ତନ ସହିତ ସମ୍ପୂର୍ଣ୍ଣ ଭିନ୍ନ ଦିଗରେ ଚାଲିଲା ବୋଲି ସେ କହିଛନ୍ତି । ତେବେ ରାହୁଲଙ୍କର ଏହି ଅଭିଯୋଗ ଉପରେ ତୀବ୍ର ପ୍ରତିକ୍ରିୟା ରଖି କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ ଅଫିସର କହିଛନ୍ତି, ରାହୁଲ ଯେଉଁ ଅଭିଯୋଗ କରୁଛନ୍ତି ସେ ନେଇ ଏକ ଦସ୍ତଖତ ସହ ଏକ ବିସ୍ତୃତ ସତ୍ୟପାଠ ଦାଖଲ କରନ୍ତୁ ଏବଂ ପ୍ରମାଣ ଦାଖଲ କରନ୍ତୁ । ରାହୁଲ ଲୋକଙ୍କୁ ବିଭ୍ରାନ୍ତ କରିବା ଏବଂ ଭିତ୍ତହୀନ ଅଭିଯୋଗ ଆଣିବା ବନ୍ଦ କରନ୍ତୁ। ବାରମ୍ବାର ଭୋଟ ଚୋରି ଅଭିଯୋଗ ଆଣି କଂଗ୍ରେସ ସାଂସଦ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍ କରୁଛନ୍ତି। କିନ୍ତୁ କୌଣସି ବିଶ୍ବସନୀୟ ପ୍ରମାଣ ଦେଖାଇବାରେ ସମର୍ଥ ହୋଇନାହାନ୍ତି ବୋଲି କମିସନ କହିଛନ୍ତି । କେବଳ ହଟଚମଟ ଓ ବିଭ୍ରାନ୍ତି ପାଇଁ ଅଭିଯୋଗ ଆଣିବା ନନ୍ଦନୀୟ ଏଭଳି କରିବା ବଦଳରେ ରାହୁଲ ଲିଖିତ ଅଭିଯୋଗ ସହିତ ପ୍ରମାଣ ହାଖଲ କରି ଆଇନଗତ ପ୍ରକ୍ରିୟାରେ ସହଯୋଗ କରିବାକୁ କମିସନ ଆହ୍ବାନ ଦେଇଛନ୍ତି।