ବୌଦ୍ଧ ପଂଚାୟତ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ନେଇ ଉଠିଲା ଦାବୀ

ବୌଦ୍ଧ,୨୩ /୫: ( ଭାଗବତ ମେହେର) – ୧୯୭୮ ମସିହାରେ ପ୍ରତିଷ୍ଠା ଲାଭ କରିଥିବା ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ୪୪ ବର୍ଷ ପରେବି ସରକାରୀ ହୋଇ ପାରିନାହିଁ । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀ ହୋଇ ଆସୁଥିବା ବେଳେ ଆଜି ସଂଧ୍ୟାରେ ତୋଫାନ କୁମାର ପରିଡାଙ୍କ ନେତୁତ୍ବରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ବୈଠକ ଅନୁଷ୍ଠିତ ହୋଇଥିଲା ା ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ଓ ସମୀକ୍ଷା ପରେ ଏହାର ସମାଧାନ ପାଇଁ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଉନ୍ନୟନ କମିଟି ନାମରେ ଏକ କମିଟି ଗଠନ କରାଯାଇଛି । ଏଥିରେ ଅବସର ପ୍ରାପ୍ତ ପୁ୍ର୍ବତନ ଅଧ୍ୟକ୍ଷ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କୁ କମିଟିର ଚେୟାରମ୍ୟାନ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ପୁର୍ବତନ ଅଧ୍ୟକ୍ଷ ଡମ୍ବରୁଧର ଭୋଇ ଓ ପ୍ରଶାନ୍ତ କୁମାର ମହାପାତ୍ର, ମହାବିଦ୍ୟାଳୟର ଆଲୁମିନି ସଭାପତି ଡ. ଇଂ ସଂଜୟ କୁମାର ପଣ୍ଡା, ଅଧିବକ୍ତା ବିଶ୍ବେଶ୍ବର ପୁଷ୍ଟି, ଯୁବ ଆଇନଜିବୀ କପିଲ ମିଶ୍ର, ଛାତ୍ର ସାର୍ଥକ ମହାପାତ୍ର ଓ ଆବାହକ ଭାବେ ତୋଫାନ ପରିଡାଙ୍କୁ ମନୋନୀତ କରାଯାଇଛି । କମିଟି ସମସ୍ତଙ୍କ ସହିତ ଆଲୋଚନା କରି ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ।

ଏହି ବୈଠକରେ ନବ କୁମାର ମିଶ୍ର, ଚିତରଂଜନ ଦାଶ, ଦେବାଶିଷ ପୁରୋହିତ, ଯୁଗଳ ସାମଲ, ବିକାଶ ମହାକୁଡ, ସତ୍ୟବାନ୍ ମେହେର, ଇମ୍ତ୍ୟାଜ୍ ଖାଁ ପ୍ରମୁଖ ନିଜ ନିଜ ମତ ପ୍ରକାଶ କରିଥିଲେ ମହାବିଦ୍ୟାଳୟ ସରକାରୀ ହେବାପାଇଁ । ସମସ୍ତ ପ୍ରକାର ଯୋଗ୍ୟତା ରହିଥିବା ବେଳେ ରାଜ୍ୟ ସରକାରଙ୍କ ଅବହେଳାରୁ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ଏହାଫଳରେ ଛାତ୍ରଛାତ୍ରୀମାନେ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ଉପଯୁକ୍ତ ଶିକ୍ଷାରୁ ବଂଚିତ ହେଉଛନ୍ତି । ଜିଲ୍ଲାରେ ସର୍ବପୁରାତନ ମହାବିଦ୍ୟାଳୟକୁ ସ୍ବତନ୍ତ୍ର ଦୁଷ୍ଟି ଦେଇ ତୁରନ୍ତ ସରକାରୀ ଘୋଷଣା କରିବାକୁ ଦାବୀ କରାଯାଇଛି l