ଗ୍ରହ ପରିବର୍ତ୍ତନ: ଫେବୃଆରୀ ୪ରୁ ଆରମ୍ଭ ହେଉଛି ପଞ୍ଚଗ୍ରହି ଯୋଗ, ଜାଣନ୍ତୁ ୧୨ଟି ରାଶି ଉପରେ କ’ଣ ରହିବ ପ୍ରଭାବ ?

ଫେବୃଆରୀ ୪ ତାରିଖ ଆଜିଠାରୁ ବୁଦ୍ଧ ବକ୍ରୀ ଅବସ୍ଥାରେ ମକର ରାଶି ପ୍ରବେଶ କରିବେ । ମକର ରାଶିରେ ବର୍ତ୍ତମାନ ଚାରୋଟି ଗ୍ରହ ସୂର୍ଯ୍ୟ, ବୃହସ୍ପତି, ଶନି ଏବଂ ଶୁକ୍ର ଚାଲୁଛନ୍ତି । ଫେବୃଆରୀ ୪ରେ ଏହି ରାଶିରେ ବୁଧ ପ୍ରବେଶ କରିବା ଯୋଗୁଁ ପଞ୍ଚଗ୍ରହି ଯୋଗ ଗଠନ ହେବ । ଏହି ଯୋଗ ୧୨ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଫେବୃଆରୀ ୧୨ରେ, ସୂର୍ଯ୍ୟ କୁମ୍ଭ ରାଶିକୁ ଯିବା ହେତୁ ପଞ୍ଚଗ୍ରହି ଯୋଗ ଚତୃଗ୍ରହୀ ଯୋଗରେ ପରିଣତ ହେବ । ଏହା ପରେ, ଫେବୃଆରୀ ୨୦ରେ ଶୁକ୍ର କୁମ୍ଭ ରାଶିକୁ ଚାଲିଯିବା ସହିତ ଚତୃଗ୍ରହୀ ଯୋଗ ମଧ୍ୟ ଶେଷ ହୋଇଯିବ । ଯେଉଁମାନଙ୍କ ଉପରେ ଶନିଙ୍କ ସାଢେ ସାତି ଚାଲୁଅଛି କିମ୍ବା ଯାହାର ଜାତକରେ ସୂର୍ଯ୍ୟ ଏକ ଯନ୍ତ୍ରଣାଦାୟକ ଗ୍ରହ ଭାବରେ ଅବସ୍ଥିତ ଅଛନ୍ତି ସେମାନଙ୍କ ଉପରେ ପଞ୍ଚଗ୍ରହି ଏବଂ ଚତୃଗ୍ରହୀ ଯୋଗର ବିପରୀତ ପ୍ରଭାବ ଅଧିକ ରହିବ । ପଞ୍ଚଗ୍ରହି ଯୋଗ ସମୟରେ ଆୟ ପ୍ରଭାବିତ ହେବ, କାର୍ଯ୍ୟର ଗତି ଧୀର ହେବ, ବିତର୍କ ଏବଂ ଖର୍ଚ୍ଚ ବୃଦ୍ଧି ପାଇବ । ଆସନ୍ତୁ ଜାଣିବା ପଞ୍ଚଗ୍ରହି ଯୋଗ ସମୟରେ ଏହାର ପ୍ରଭାବ ୧୨ଟି ରାଶି ଉପରେ କିପରି ରହିବ …

ମେଷ: ବିବାହିତ ଜୀବନରେ ମଧୁରତା, ଆଇନଗତ ପ୍ରସଙ୍ଗରେ ବିଜୟ, ବ୍ୟବସାୟରେ ଲାଭ, ଆୟ ବଢ଼ିବ ।

ବୃଷ: ଭୌତିକ ସୁଖ ବୃଦ୍ଧି, ବ୍ୟବସାୟ ବଢ଼ିବ, ଧନର ଆଗମନ, ସ୍ୱାସ୍ଥ୍ୟ ସୁଖ ।

ମିଥୁନ: କଠିନ ପରିଶ୍ରମ କରିବାକୁ ପଡିବ, କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରନ୍ତୁ, ଆୟ ବୃଦ୍ଧି ପାଇବ ।

କର୍କଟ: ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ, ଆୟ ବୃଦ୍ଧି ପାଇବ, ସ୍ୱାସ୍ଥ୍ୟରେ ଉନ୍ନତି ହେବ ।

ସିଂହ: ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ, ନିବେଶରୁ ଲାଭବାନ ହେବ ।

କନ୍ୟା: ବୈବାହିକ, ଦାମ୍ପତ୍ୟ ସମ୍ପର୍କକୁ ନେଇ ସତର୍କ ରୁହନ୍ତୁ, ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ, ବିନିଯୋଗରୁ ଦୂରେଇ ରୁହନ୍ତୁ ।

ତୁଳା: ସମସ୍ୟା କମ୍ ହେବ, ଆୟ ବୃଦ୍ଧି ପାଇବ, ସ୍ୱାସ୍ଥ୍ୟ ଭଲ ରହିବ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ।

ବିଛା: ସୁଖରେ ବୃଦ୍ଧି, ଶିକ୍ଷାରେ ସମ୍ମାନ, ଧନର ଆଗମନ, ବୌଦ୍ଧିକ କାର୍ଯ୍ୟରୁ ଲାଭ ପ୍ରାପ୍ତ ହେବ ।

ଧନୁ: ପିତୃ ସମ୍ପତ୍ତି ଲାଭ, ଧନ ଲାଭ, ସନ୍ତାନ ସୁଖ, ପ୍ରେମ ପ୍ରାପ୍ତି ।

ମକର: ଧନ ଲାଭ, ନୂତନ କାର୍ଯ୍ୟ ଆରମ୍ଭ କରିବେ, ସ୍ୱାସ୍ଥ୍ୟ ଠିକ ରହିବ ।

କୁମ୍ଭ: ବାଣୀରେ ମଧୁରତା, ମାନ-ସମ୍ମାନ ବୃଦ୍ଧି ପାଇବ, ସ୍ଥାନ ପରିବର୍ତ୍ତନ କରିପାରନ୍ତି ।

ମୀନ: ଆୟ ବୃଦ୍ଧି, ସନ୍ତାନ ସୁଖ, ନୂତନ ବ୍ୟବସାୟ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଠିକ ରହିବ ।