ଭୁବନେଶ୍ୱର,୨୯/୧୧ : ଗତ ସରକରେ ପାଣ୍ଡିଆନଙ୍କୁ ସୁରକ୍ଷା ପ୍ରସଙ୍ଗରେ ବୟାନବାଜି ଆରମ୍ଭ ହୋଇଛି । ଉଭୟ ବିଜେପି,କଂଗ୍ରେସ ଓ ବିଜେଡ଼ି ବିଧାୟକ ମୁହାଁମୁହିଁ ହୋଇଛନ୍ତି । ଗତକାଲି ବିଧାନସଭାରେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ ପୂର୍ବ ସରକାର କାହିଁକି ଭିକେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ୭୨ଜଣ ପୁଲିସ ନିଯୋଜିତ କରିଥିଲେ ବୋଲି ବିଜେଡ଼ି ବିଧାୟ ମାନଙ୍କୁ ପ୍ରଶ୍ନ କରିଥିଲେ । ଆଜି ପୁଣି ସମାନ ପ୍ରଶ୍ନ ଦୋହରାଇଛନ୍ତି ବିଜେପି ବିଧାୟକ । ବିଜେପି ବିଧାୟକ ସରୋଜ ପାଢୀ କହିଛନ୍ତି, ଭିକେ ପାଣ୍ଡିଆନ କିଏ ଓ ପୂର୍ବ ସରକାର କାହିଁକି ତାଙ୍କ ପାଇଁ ୭୨ ଜଣ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରିଥିଲେ ତଦନ୍ତ ହେଉ ଏବଂ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଜବାବରେ ବିଜେଡ଼ି ବିଧାୟକ ସାରଦା ଜେନା ତଦନ୍ତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି । ସାରଦା ଜେନା କହିଛନ୍ତି , ବିଜେପି ଏବେ ସରକାରରେ ଅଛି , ଇଡି ଓ ସିବିଆଇ ତାଙ୍କ ପାଖରେ ଅଛି । ସରକାରକୁ ଆସିବାର ୧୮ ମାସ ବିତିଲାଣି ଯଦିଓ କାର୍ୟନୁଷ୍ଠାନ ନେବା କଥା ନିଅନ୍ତୁ ବୋଲି କହିଛନ୍ତି ଶ୍ରୀ ଜେନା । ପ୍ରସଙ୍ଗରେ ଉଭୟ ଶାସକ ଓ ବିରୋଧୀଙ୍କୁ ନିଶାଣ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ଅଶୋକ ଦାସ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଇନି ବୋଲି ପ୍ରଶ୍ନ କରିଛନ୍ତି । ଉଭୟଙ୍କୁ କଟାକ୍ଷ କରି ଶ୍ରୀ ଦାସ କହିଛନ୍ତି , ବିଜେଡ଼ି-ବିଜେପି ଚତୁରେ କୋଳାକୋଳି , ସେମାନେ ମିଶିକି ଅଛନ୍ତି ।