ଡ୍ରେଜିଙ୍ଗ ହେବ ପାରାଦ୍ବୀପ ବନ୍ଦର ପୋତାଶ୍ରୟ ଓ ମୁହାଣ

ଜଗତସିଂହପୁର,୧୬ /୫ : ଜଗତସିଂହପୁର ଜିଲ୍ଲା ସାମୁଦ୍ରିକ ବନ୍ଦର ପାରାଦ୍ବୀପର ଜାହାଜ ପୋତାଶ୍ରୟ ଓ ନେହେରୁ ବଙ୍ଗଳା ପାଖ ମହାନଦୀ ମୁହାଣ ଡ୍ରେଜିଙ୍ଗ ପାଇଁ କାର୍ଯ୍ୟାଦେଶ ମଂଜୁର ହୋଇଛି l ଏନେଇ ବନ୍ଦର କର୍ତ୍ତୃପକ୍ଷ ୯୮ କୋଟି ଟଙ୍କା ବ୍ୟୟ ବରାଦ କରିଥିବାର ଜଣାପଡିଛି l ଡ୍ରେଜିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ଚଳିତ ବର୍ଷ ମେ ମାସରୁ ଆରମ୍ଭ କରି ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ଶେଷ କରିବାର ଵିଧି ରହିଛି l ଜାହାଜ ଯାତାୟତ ସୁଗମତା ପାଇଁ ପୋତାଶ୍ରୟ ଓ ମହାନଦୀ ମୁହାଣରୁ ୯ ମିଲିୟନ କୁଜିକ ମିଟର ମାଟି ଖନନ କରିବାର ଅଛି l ଏହି କାର୍ଯ୍ୟ ସମ୍ପାଦିତ ହେଲେ ବନ୍ଦରକୁ ଆସୁଥିବା ଜାହାଜ ଗୁଡିକ ପୋତାଶ୍ରୟକୁ ଯାତାୟତ ନେଇ ସମସ୍ୟାରେ ସୁଧାର ଆସିବ l