ନୂଆଦିଲ୍ଲୀ,୨ /୨ : ପାରାଦୀପ – ବଡ଼ବିଲ ୩୦୦ କିମି ବିଶିଷ୍ଟ ରାସ୍ତା ୮ ଥାକିଆ ହେବ। ଏହି ରାସ୍ତା ପାରାଦୀପ ଠାରୁ ଆରମ୍ଭ ହୋଇ ଚଣ୍ଡିଖୋଲ, ଡ଼ୁବୁରି, କେନ୍ଦୁଝର ଦେଇ ବଡବିଲରେ ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ପାରାଦୀପ ଠାରୁ ବଡ଼ବିଲ ପର୍ଯ୍ୟନ୍ତ ୩୦୦ କିଲୋମିଟର ରାସ୍ତାକୁ ୮ ଥାକିଆ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।