ମୁମ୍ବାଇ: ମହାରାଷ୍ଟ୍ରର ତକ୍ରାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ ଆଣିଥିବା ପୂର୍ବତନ ମୁମ୍ବାଇ କମିଶନର ପରମବୀର ସିଂହଙ୍କ ନାମରେ ଓଲଟି ଆସିଲା ବଟି ଆଦାୟର ଅଭିଯୋଗ । ଦୁଇ ଜଣ ବ୍ୟବସାୟୀ ସିବିଆଇ ନିକଟରେ ପରମବୀର ଓ ତାଙ୍କ ସହଯୋଗୀଙ୍କ ନାମରେ ଅଭିଯୋଗ କରିବା ସହ ସମସ୍ତ ଦସ୍ତାବିଜ ଦାଖଲ କରିଛନ୍ତି ।
ବୁଧବାର ତଦନ୍ତକାରୀ ସଂସ୍ଥା ନିକଟରେ କ୍ରିକେଟ ବୁକି ସୋନୁ ଜାଲାନ ଓ ବ୍ୟବସାୟୀ କେତନ ମନସୁଖଲାଲ ପରମବୀରଙ୍କ ସମସ୍ତ କଳାକାରନାମାର ରେକର୍ଡ ଦାଖଲ କରିଛନ୍ତି । ଉଭୟ ସଂସ୍ଥା ନିକଟରେ ୩ ଘଣ୍ଟାରୁ ଅଧିକ ସହ ସେମାନଙ୍କ ଅଭିଯୋଗ କରିଛନ୍ତି ।
ନିକଟରେ ସୋନୁ ମହାରାଷ୍ଟ୍ର ଡିଜିପିଙ୍କୁ ଚିଠି ଲେଖି ଅଭିଯୋଗ କରିôତଲେ ଯେ ପରମବୀର ସିଂହ ଓ ଅନ୍ୟ ପୁଲିସ ଅଧିକାରୀଙ୍କଠାରୁ ୩.୪୫ କୋଟି ଟଙ୍କା ବଟି ନେଇଥିଲେ । ଏହା ବ୍ୟତୀତ ମନସୁଖଲାଲ ଓ ମୁନିରହମ୍ମଦ ପଠାନ ଅଭିଯୋଗ କରିଥିଲେ ଯେ ସେମାନଙ୍କ ନାମରେ ମିଛ କେସ କରି କୋଟି କୋଟି ଟଙ୍କା ଆଦାୟ କରିଥିଲେ ।