ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଅସଂଯତ ଅବସ୍ଥାରେ ଧରାପଡିଲେ ବିବାହିତା ମହିଳା

ଉଦଳା,୧୧/୭: ଅସଂଯତ ଅବସ୍ଥାରେ ବିବାହିତା ମହିଳାଙ୍କ ସହ ଧରା ପଡିଲେ ଯୁବକ । ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି । ତାପରେ ଉଭୟଙ୍କୁ ଗଛରେ ବାନ୍ଧିଲେ ଗ୍ରାମବାସୀ । ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ।

ସୂଚନାନୁଯାୟୀ, ଉଦଳା ଥାନା ଅଧିନ ଏନଏସିର ଜଣେ ବିବାହିତା ମହିଳା ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଶନିବାର ଉଭୟଙ୍କୁ ଏନଏସି ୧୧ ନମ୍ବର ୱାର୍ଡର ଏକ ପରିତ୍ୟକ୍ତ ଘରେ ପ୍ରେମାଳାପ କରୁଥିଲେ । ଏହି ସମୟରେ ଉଭୟେ ଅସଂଯତ ଅବସ୍ଥାରେ ଥିବା ବେଳେ ସ୍ଥାନୀୟ ଲୋକେ ଧରିଥିଲେ। ଉଭୟଙ୍କୁ ଗଛରେ ବାନ୍ଧି ଦେଇଥିଲେ ସ୍ଥାନୀୟ ଲୋକେ। ଉକ୍ତ ମହିଳା ଓ ଯୁବକଙ୍କୁ ଦୀର୍ଘ ଦେଢ ଘଣ୍ଟା ଧରି ବାନ୍ଧି ଏକପ୍ରକାର କଙ୍ଗାରୁ କୋର୍ଟ କରିଥିଲେ। ଆହୁରି ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି ।

ପରେ ଗ୍ରାମବାସୀମାନେ ଉଭୟଙ୍କୁ ପୋଲିସ ଜିମା ଦେଇଛନ୍ତି। ଉଭୟଙ୍କ ଘର ଉଦଳା ଥାନା ଅଞ୍ଚଳର ବୋଲି ଜଣା ପଡିଛି । ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।