କେନ୍ଦ୍ରାପଡ଼ା,୧୨ /୫: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଧିନସ୍ଥ ମଦନା ଗାଁର ଉର୍ମିଳା ଓଝାଙ୍କ ଛେଳିକୁ ମାଡ଼ ମାରିବାରୁ ନ୍ୟାୟ ପାଇଁ ସାଥିରେ ଆହତ ଛେଳିକୁ ଧରି ଥାନାରେ ପହଂଚିଥିଲେ l ମହିଳା ଜଣକ ଖରାଦିନ ହେତୁ ଛେଳିକୁ ଚରିବାକୁ ଖୋଲି ଦେଇଥିଲେ l ମାତ୍ର ଛେଳିବୁଲି ଚରିବା ସମୟରେ ପାଖ ପଡୋଶୀଙ୍କ ଘରେ ପଶିଯାଇଥିଲା l ପଡୋଶୀ ଜଣକ ଏଥିରେ ଉତକ୍ଷିପ୍ତ ହୋଇ ଠେଙ୍ଗାରେ ନୃଶଂସ ଭାବେ ଘରେ ପୁରାଇ ଛେଳିକୁ ପିଟିଥିବା କଥା ମହିଳା କହନ୍ତି l. ପଡୋଶୀ ଆହତ ଛେଳିକୁ ଛାଡ଼ିବା ପରେ ଛେଳିଟି ମେଁ ମେଁ ହୋଇ ବୋବାଇବାବାରୁ ଉର୍ମିଳା ଘଟଣା ବିଷୟରେ ଅବଗତ ହୋଇ ନ୍ୟାୟ ପାଇଁ ଥାନାରେ ପହଂଚିଥିଲେ l ମହିଳାଙ୍କ ଠାରୁ ସମସ୍ତ ଘଟଣା ବିଷୟରେ ବୁଝିବା ପରେ ପ୍ରଥମେ ଚିକିତ୍ସା ନିମନ୍ତେ ପ୍ରାଣି ଚିକିତ୍ସାଳୟକୁ ପଠାଇଥିଲେ l ଆହୁରି ମଧ୍ୟ ପ୍ରାଣୀ ଚିକିତ୍ସକଙ୍କ ଠାରୁ ଆହତ ବିଷୟ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣା ପଡିଛି l