କେନ୍ଦ୍ରାପଡ଼ା,୨୪ /୯: (କେଶବ ଚନ୍ଦ୍ର ନାଥ ) – ମଙ୍ଗଳବାର ଦିନ ରାତ୍ରିରେ ଚାରି ଦୁବୁର୍ତ୍ତ OD-33 -X -1068 ନମ୍ବର ଓଲା କାର ଭଡାରେ ଆଣି କେନ୍ଦ୍ରାପଡା ଅଭିମୁଖେ ଆସିଥିଲେ । ମାତ୍ର ଆସିବା ବାଟରେ ସୁପରିକଳ୍ପିତ ଯୋଜନା ମୁତାବକ ଗାଡି ଚାଳକକୁ ଭୟଭୀତ କରାଇ ନିଁସ୍ତେଚକ ଇଞ୍ଜେକ୍ସନ ଦେଇ ହାତଗୋଡ଼ ବାନ୍ଧି ଗାଡି ଡ଼ିକିରେ ରଖି ସେମାନେ ଚାଳକ ସାଜିଥିଲେ । କିନ୍ତୁ ସେହି ଓଲା କାରଟିକୁ ଚଲାଇ ଦୁବୁର୍ତ୍ତମାନେ ଏଣେ ତେଣେ ବୁଲୁଥିବା ବେଳେ ବୁଧବାରଦିନ କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବଜାରରେ ଏକ ଅଟୋକୁ ଧକ୍କା ଦେବାରୁ ଡୀକ୍କୀରେ ପଡ଼ିଥିବା ଚାଳକ ବାହାରକୁ ଖସିପଡିଥିଲେ । ଜଣେ ବ୍ୟକ୍ତିକୁ ଚେତାଶୂନ୍ୟ ହୋଇ ହାତଗୋଡ଼ ବନ୍ଧା ଅବସ୍ଥାରେ ଦେଖି ବଜାରରେ ଲୋକେ ଘେରି ଯାଇଥିଲେ ।

କିନ୍ତୁ ଦୁଃସାହସିକ ଯୁବକମାନେ ଚୁପ ଚାପ ଗାଡ଼ିରେ ରହି ପରିସ୍ଥିତି ଅନୁଧ୍ୟାନ କରୁଥିବାବେଳେ ସୂଚନା ପାଇଁ ପୋଲିସ ଘଟଣା ସ୍ଥଳକୁ ଯାଇଥିଲା । ପୋଲିସକୁ ଦେଖି ଚାରିଯୁବକ ଦୌଡ଼ିବାରୁ ପୋଲିସ ସେମାନଙ୍କ ପିଛା କରି ବାଲିପାଟଣା ଲୋକଙ୍କ ସହାୟତାରେ ବେଣା ଓ କାଶତଣ୍ଡୀ ବଣରୁ ଗୋଟିକ ପରେ ଗୋଟିଏ ଭାବେ ୩ ଜଣକୁ କାବୁ କରିଥିଲା । ସେପଟେ ପ୍ରକୃତ ଗାଡିଚାଳକ ବିଜୟ ନାୟକ ଈଶ୍ୱରଙ୍କ ଦୟାରୁ ପଟ୍ଟାମୁଣ୍ଡାଇଠାରେ ଦୁବୁର୍ତ୍ତଙ୍କ ଜାଲରୁ ମୁକୁଳିବା ପରେ ପୋଲିସ ଯୁବକଙ୍କ ଗାଡି ଚୋରି ବିଷୟରେ ସନ୍ଦେହ କରି ମାଲିକକୁ ଯୋଗାଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ମାଲିକଙ୍କ ଅଭିଯୋଗ କ୍ରମେ ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ରାକେଶ ତ୍ରିପାଠୀ ଗାଡିଚୋରି କେଶ ନଂ 360/20 ଯୋଗେ ମାମଲା ଋଜୁ କରି ଅଧିକା ତଦନ୍ତ ଜାରି ରଖିଛି ।