ବଢୁଛି ଦୀପିକାଙ୍କ କ୍ରେଜ୍‌ : ୪୧ ମିଲିୟନ ଭ୍ୟୁ ହେଲାଣି ‘ବେସରମ ରଙ୍ଗ’ ଗୀତ

ମୁମ୍ଵାଇ,୧୫/୧୨ : ଫିଲ୍ମ ପଠାନ୍ ର ‘ବେସରମ ରଙ୍ଗ’ ଗୀତରେ ‘ସାଫ୍ରନ୍ ବିକିନି’ ପିନ୍ଧି ଦୀପିକା ପାଦୁକୋନଙ୍କୁ ନେଇ ବିବାଦ ଆହୁରି ଗଭୀର ହେବାରେ ଲାଗିଛି । ତଥାପି ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ ସବୁ ପରେ ବି ନିର୍ମାତାମାନଙ୍କ ପାଇଁ ମଧ୍ୟ ଏକ ଭଲ ଖବର ଅଛି।

ଯେବେଠାରୁ ‘ବେସରମ ରଙ୍ଗ’ କୁ ନେଇ ବିବାଦ ବଢିବାରେ ଲାଗିଛି। ସେବେଠାରୁ ଏହାକୁ ଦେଖୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ଏହି କାରଣ ହେଉଛି ଏହି ଗୀତକୁ ଏପର୍ଯ୍ୟନ୍ତ ୪୧ ମିଲିୟନରୁ ଅଧିକ ଭ୍ୟୁ ପାଇଛି। ଦୁଇ ଦିନ ପୂର୍ବେ ମୁକ୍ତିଲାଭ କରିଥିବା ଏହି ଗୀତରେ ଦୀପିକାଙ୍କ କିଲର ଲୁକ ଆକର୍ଷଣର କେନ୍ଦ୍ର ପାଲଟିଛି। ବିକିନିରେ ଦୀପିକାଙ୍କ ଭିନ୍ନ ଶୈଳୀ ତାଙ୍କ ପ୍ରଶଂସକଙ୍କୁ ଆକର୍ଷିତ କରୁଛି । ଗୀତରେ ଦୀପିକା ଏକ କମଳା ରଙ୍ଗର ବିକିନିରେ ନଜର ଆସିଛନ୍ତି ଏବଂ ଏହାକୁ ନେଇ ଏକ ବିବାଦ ଆରମ୍ଭ ହୋଇଛି। ଭଗବା ରଙ୍ଗକୁ ଅପମାନିତ କରିବାର ଅଭିଯୋଗ ରହିଛି ଏବଂ ଅନେକ ରାଜନୈତିକ ଦଳ ଏହାକୁ ବିରୋଧ କରୁଛନ୍ତି।

SBI AD