ପାଠକ ବାପ,ପୁଅଙ୍କୁ ଜାମିନ : ରାଜ୍ୟ ଭିଜିଲାନ୍ସ ବିଫଳ

ଭୁବନେଶ୍ବର,୨୭ /୧: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ ଉଭୟ ବାପ ଓ ପୁଅଙ୍କୁ ଭିଜିଲାନ୍ସ କୋର୍ଟ ପକ୍ଷରୁ ଜାମିନ ମିଳିଛି । ମାମଲାର ୬୦ ଦିନ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ୍‌ ଦେଇନପାରିବାରୁ ସେମାନଙ୍କୁ ଜାମିନ ମିଳିଛି। ଉଭୟଙ୍କୁ ଜାମିନ ମିଳିବା ନେଇ ପାଠକଙ୍କ ଓକିଲ ଅରୂପ ଚାନ୍ଦ ସୂଚନା ଦେଇଛନ୍ତି। ଭିଜିଲାନ୍ସ କେସରେ ଉଭୟଙ୍କୁ ଜାମିନ ମିଳିଥିଲେ ମଧ୍ୟ ସେମାନଙ୍କ ନାମରେ କ୍ରାଇମବ୍ରାଞ୍ଚ ମାମଲା ରହିଛି। ତେଣୁ ବର୍ତ୍ତମାନ ସେମାନେ ଜେଲରୁ ବାହାରିବା କଷ୍ଟକର ହେବ ବୋଲି ଜଣାପଡ଼ିଛି।