ମୁମ୍ବାଇ: ଟିଭି ଜଗତର ହିଟ୍ ସୋ ମଧ୍ୟରୁ ପବିତ୍ର ରିସ୍ତା ଦର୍ଶକଙ୍କ ହୃଦୟରେ ପାଞ୍ଚ ବର୍ଷ ଧରି ରାଜ୍ କରିଥିଲା। ଏହି ଶୋ’ରେ ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେଙ୍କ ନିଭାଇଥିବା ମାନବ ଏବଂ ଅର୍ଚ୍ଚନାଙ୍କ ଚରିତ୍ରକୁ ଲୋକେ ଖୁବ୍ ପସନ୍ଦ କରିଥିଲେ। ତେବେ ପରେ ସୁଶାନ୍ତ ସିଂ ରାଜପୁତ ଟିଭିରୁ ବଲିଉଡରେ ଡେବ୍ୟୁ କରିଥିଲେ। ସୁଶାନ୍ତ ଶୋ ଛାଡିବା ପରେ ହିତେନ ତେଜୱାନୀ ଏହି ସୋରେ ମାନବ ଭୂମିକାରେ ଅଭିନୟ କରିଥିଲେ। ଏବେ ଏହି ଶୋ ପୁଣି ଏକ ନୂଆ ଅନ୍ଦାଜରେ ଆସିବାକୁ ଯାଉଛି ।
ଶୋ ବିଷୟରେ ଆଲୋଚନା ଦୀର୍ଘ ଦିନ ଧରି ଚାଲିଆସୁଛି । ପିଙ୍କଭିଲ୍ଲାଙ୍କ ରିପୋର୍ଟ ଅନୁଯାୟୀ ଅଙ୍କିତା ଲୋଖଣ୍ଡେ ପୁଣିଥରେ ସୋ’ରେ ଅର୍ଚ୍ଚନା ଭୂମିକାରେ ନଜର ଆସିବେ। ଏଥି ସହିତ ଜଣାଶୁଣା ଟିଭି ଅଭିନେତା ଶହିର ଶେଖଙ୍କୁ ମାନବ ଭୂମିକାରେ ଦେଖିବାକୁ ମିଳିବ।
ତେବେ ନିର୍ମାତାମାନେ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଘୋଷଣା କରିନାହାଁନ୍ତି। କିନ୍ତୁ, ରିପୋର୍ଟ ପରେ ସୁଶାନ୍ତ ସିଂ ରାଜପୁତଙ୍କ ପରେ ଲୋକମାନେ ଶହିର ଶେଖଙ୍କୁ ମାନବ ଭୂମିକାରେ ଅର୍ଚ୍ଚନା ଅର୍ଥାତ୍ ଅଙ୍କିତା ଲୋଖଣ୍ଡେଙ୍କ ସହିତ ପସନ୍ଦ କରିବେ କି ନାହିଁ ତାହା ଉପରେ ପ୍ରଶ୍ନ ଉଠିଛି।