ଭୁବନେଶ୍ୱର, ୦୨/୦୨ : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ପାଲଟପୁର ପଞ୍ଚାୟତ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି ପିସିସି ସଭାପତି ଭକ୍ତ ଦାସ । ଏହି ଅଞ୍ଚଳରେ ପାନୀୟ ଜଳ ପାଇଁ ଲୋକ କ୍ୟାନ୍ସର ଓ କିଡ୍ନୀ ଭଳି ସାଂଘାତିକ ରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ ହୋଇ ଆସୁଛି । ଏହାକୁ ନେଇ ମୁରାରୀପୁର, ନୀଳକଣ୍ଠପୁର, ପାଲଟପୁର ଗ୍ରାମର କ୍ୟାନ୍ସର ଓ କୀଡନି ରୋଗରେ ମୃତକଙ୍କ ପରିବାରକୁ ଭେଟିବା ସହ ରୋଗରେ ପୀଡିତ ଲୋକଙ୍କୁ ମଧ୍ୟ ଭେଟିଥିଲେ ଭକ୍ତ ଦାସ । ଗାଁରେ ପହଞ୍ଚି ସ୍ଥିତି ପରଖିଥିଲେ ଭକ୍ତ ଦାସ । ଆଉ ଲୋକଙ୍କ ସମସ୍ୟା ବୁଝିବା ପରେ ପ୍ରତି ଘରକୁ ଟ୍ୟାପ ପାଣି ଯୋଗାଣ, ଲୋକଙ୍କୁ ସ୍ବାସ୍ଥ୍ୟପରୀକ୍ଷା କରାଯିବାକୁ ସରକାରଙ୍କ ପାଖରେ ଦାବି କରିଛନ୍ତି । ଯଦି ଏହା କାରନଯାଏ ତେବେ ଆଗାମୀ ଦିନରେ ଏ ପ୍ରସଙ୍ଗ ବିଧାନସଭାରେ ଉଠାଯିବା ସହ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ଦଳ ଲଢେଇ କରିବ ବୋଲି ପଞ୍ଚାୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଭକ୍ତ ଦାସ ।