ଭୁବନେଶ୍ୱର , ୦୧/୦୪ : ନାରୀ ନିର୍ଯାତନା ପ୍ରସଙ୍ଗରେ କଂଗ୍ରେସ ଜାରି ରଖିଛି ପ୍ରତିବାଦ । ଆନ୍ଦୋଳନ ପରେ ଏବେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛି ଦଳ । ରାଜ୍ୟର ବିଭିନ୍ନ ଜିଲ୍ଲା ହେଡ଼ କ୍ୱାର୍ଟରରେ କ୍ୟାଣ୍ଡେଲ ଶୋଭାଯାତ୍ରା କରିବ କଂଗ୍ରେସ । ମଙ୍ଗଳବାର ସନ୍ଧ୍ୟାରେ ମହିଳା କଂଗ୍ରେସ କର୍ମୀ କ୍ୟାଣ୍ଡେଲ ଜଳାଇ ଶୋଭାଯାତ୍ରା ପ୍ରତିବାଦ କରିବେ । ରାଜ୍ୟରେ ୬୦ ହଜରରୁ ଉର୍ଦ୍ଧ୍ୱ ମହିଳା ନିଖୋଜ ଥିବା ବେଳେ ସରକାର ଏ ଦିଗରେ ଉଦାସୀନ ଅଛନ୍ତି । ଏହାକୁ ପ୍ରତିବାଦ କରି ମହିଳା କଂଗ୍ରେସ କ୍ୟାଣ୍ଡେଲ ଜଳାଇ ନିଖୋଜ ମହିଳା ଏବଂ ନାବାଳିକାଙ୍କୁ ଖୋଜିବ । ଏହାସହ ରେଳ ଷ୍ଟେସନ ସହ ବସ ଷ୍ଟାଣ୍ଡରେ ମଧ୍ୟ ଏହି ପ୍ରତିବାଦ କରାଯିବ ବୋଲି ଭକ୍ତ କହିଛନ୍ତି ।